ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡରେ ପାଇଲଟ ଟ୍ରେନିଂ ଚାଲିଥିବା ବେଳେ ବିମାନ ଦୁର୍ଘଟଣା ଦୁର୍ଘଟଣାରେ ଦୁଇଜଣ ଟ୍ରେନିଂ ପାଇଲଟ ମୃତ୍ୟୁ ବରଣ କରିଛନ୍ତି । ସୋମବାର ସକାଳ ସମୟରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଗ୍ରାମ ବିରାଶାଳ ଏୟାରଷ୍ଟ୍ରିପ ଠାରେ ଟ୍ରେନିଂ ଚାଲିଥିବା ବେଳେ ଏକ ବିମାନ ଖସି ପଡ଼ିଥିଲା । ଏଥିରେ ଥିବା ଦୁଇ ୨ ପାଇଲଟଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ଏଥିରେ ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡିଛି । ମୃତ ମହିଳା ଜଣଙ୍କ ଟ୍ରେନି ପାଇଲଟ ହୋଇଥିବା ବେଳେ ପୁରୁଷ ଜଣଙ୍କ ତାଙ୍କର ପ୍ରଶିକ୍ଷକ ହୋଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ