ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ହରିଡ଼ାଖଣ୍ଡି ଛକରେ ଜନସଚେନତା ଓ ପଥପ୍ରାନ୍ତ ସଭା

ବ୍ରହ୍ମପୁର (ଅନିଲ କୁମାର): ବ୍ରହ୍ମପୁରରେ ସବୁଦିନିଆ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ ପକ୍ଷରୁ ବ୍ରହ୍ମପୁର ହରିଡ଼ାଖଣ୍ଡି ଛକରେ ଜନସଚେନତା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ମୁଖ୍ୟ ଶାସନ ସଚିବ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମିଡ଼ିଆକୁ ସୂଚନା ଦେଇଥିବା ବେଳେ ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ କିଛି ନ କହିବା ଯୋଗୁଁ ଫୋରମ୍ ର ସଦସ୍ୟ ମାନେ ତାହାର ଦୃଢ଼ ନିନ୍ଦା କରିଥଲେ। ଅତିଶିଘ୍ର ବ୍ରହ୍ମପୁର ପାଖରେ ୧୫୦୦ ଏକର ଜମି ନେଇ ବ୍ରହ୍ମପୁରରେ ଗ୍ରୀନଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଘୋଷଣା କରନ୍ତୁ ବୋଲି ବକ୍ତା ମାନେ ମତବ୍ୟକ୍ତ କହିଥିଲେ। ରାଜ୍ୟ ସରକାରଙ୍କ ପରିବହନ ମନ୍ତ୍ରୀ “ରଙ୍ଗେଇଲୁଣ୍ଡା ବିମାନ ବନ୍ଦର କାମ ସରିଯାଇଥିବା ଓ ୧୦ ସିଟ୍ ର ବିମାନ ବିଶାଖାପାଟଣା ଓ ଭୁବନେଶ୍ୱର କୁ ଉଡ଼ିବା” ମନ୍ତବ୍ଯ ସମଗ୍ର ଦକ୍ଷିଣ ଓଡିଶାବାସୀ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେଣୁ ଆଜିର ଜନ ସଚେତନତା ଓ ପଥପ୍ରାନ୍ତ ସଭା କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ସହରରୁ ଅନ୍ୟ ବଡ ସହର ସହ ବିମାନ ସେବା ଆରମ୍ଭ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ ଚେତାବନୀ ଦେଇଛି । ବ୍ରହ୍ମପୁରରେ ରିଙ୍ଗରୋଡ କାମ ଆରମ୍ଭ କରିବା ଓ ଶିତଳାପଲ୍ଲି ରେଳଡବା କାରଖାନା କୁ ସବୁଜ ସଙ୍କେତ ଦେଇଥିବା ବେଳେ ସମଗ୍ର ଦକ୍ଷିଣ ଓଡ଼ିଶାର ବିକାଶ ପାଇଁ ବ୍ରହ୍ମପୁରରେ ବିମାନବନ୍ଦର ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ଫୋରମ ର ସଭାପତି ରାମ ପ୍ରସାଦ ତ୍ରିପାଠୀ, ଉପସଭାପତି ବବିତା ପାତ୍ର, ସମ୍ପାଦକ ସ୍ଵରାଜ୍ୟ ସାହୁ, ଲକ୍ଷ୍ମୀ ନାରାୟଣ ପାଢ଼ୀ, ଭି.ସୋମେଶ୍ବର ରାଓ, ପ୍ରିତିଶ ପାଣିଗ୍ରାହୀ, ମାନସ ପାତ୍ର, ବାଳକୃଷ୍ଣ ସାମନ୍ତରାୟ, ସନ୍ତୋଷ ସାହୁ, ସ୍ବପ୍ନିଳ ଦାସ, କିରନ୍ କୁମାର ପଣ୍ଡା, ମଧୁସୂଦନ ସାହୁ ପ୍ରମୁଖ ବହୁ ସଦସ୍ୟ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ