ବିରଞ୍ଚିପୁର ଗ୍ରାମର ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକ ଅନ୍ତର୍ଗତ ବିରଞ୍ଚିପୁର ଗ୍ରାମର ଧର୍ମପରାୟଣ ବ୍ୟକ୍ତି ବିନାୟକ ବେହେରାଙ୍କ ୮୦ ବର୍ଷ ବୟସରେ ପରଲୋକ ଗମନ ହୋଇଯାଇଛି । ସେ ବିଭିନ୍ନ ଧର୍ମାନୁଷ୍ଠାନ ସହ ଯୋଡିହୋଇଥିଲେ । ଗ୍ରାମର ବିଭିନ୍ନ ଯାନିଯାତ୍ରାରେ ସେ ଆଗଭର ହୋଇ ଦ୍ୱାୟିତ୍ୱ ସୁଚାରୁ ରୂପେ ପରିଚାଳନା କରି ଜନସାଧରଙ୍କ ପ୍ରିୟଭାଜନ ହୋଇଥିଲେ । ଶେଷ ସମୟରେ ସେ ଅଲେଖ ମହିମା ଧର୍ମପ୍ରତି ଆକୃଷ୍ଟ ହୋଇଥିବା ବେଳେ ମହିମା ଆଶ୍ରମର ସଂରକ୍ଷକ ଭାବେ କାର୍ଯ୍ୟ ସମ୍ପାଦନ କରିଆସୁଥିଲେ । ସ୍ଵର୍ଗତ ବିନାୟକ ବେହେରାଙ୍କ ଦୁଇପୁଅ ଓ ଦୁଇ ଝିଅଙ୍କ ମଧ୍ୟରୁ ଦୁଇ ପୁଅ ପୂର୍ଣ୍ଣଚନ୍ଦ୍ର ବେହେରା ଓ ଶ୍ୟାମ ସୁନ୍ଦର ବେହେରା ଶିକ୍ଷକ ଭାବେ କାର୍ଯ୍ୟରତ ଥିବାବେଳେ ସାନ ଭଉଣୀ ଛବିରାଣୀ ବେହେରା ମଧ୍ୟ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ସ୍ୱର୍ଗତ ବିନାୟକ ବେହେରାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।