ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡାଦାନ : ୨୮ ବର୍ଷପରେ ଏନ୍ତୁଡ଼ିଶାଳା ପରିବର୍ତ୍ତନ

ଗଂଜାମ, (ବିନୋଦ ପଲାଇ) : ପ୍ରାକୃତିକ ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡାଦାନ ପାଇଁ ପ୍ରସିଦ୍ଧ ତଥା ବିଶ୍ୱର ଦ୍ୱିତୀୟ ସର୍ଵବୃହତ ଏନ୍ତୁଡ଼ି ଶାଳା ଗଂଜାମ ଋଷିକୂଲ୍ୟା ମୁହାଣ ବେଳାଭୂମିରେ ପଞ୍ଚମ ଦିନ ସୁଦ୍ଧା ୪,୨୪,୩୦୧ କଇଁଛଗଣ ଅଣ୍ଡାଦାନ କରିଛନ୍ତି । ଗତ ବର୍ଷ ଗଣଅଣ୍ଡାଦାନ ହୋଇନଥିବା ବେଳେ , ଚଳିତ ବର୍ଷର ଗଣଅଣ୍ଡାଦାନକୁ ଦେଖି। ପ୍ରକୃତିପ୍ରେମୀ ଓ ପରିବେଶବିତଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ଓ ଚଳିତବର୍ଷ ରେକଟ ସଂଖ୍ୟକ ଅଣ୍ଡାଦାନ ହେବ ବୋଲି ଅନୁମାନ କରିଛନ୍ତି । ପ୍ରତିବର୍ଷ ଶ୍ରୀଲଙ୍କାରୁ ଅଲିଭ ରିଡ଼ଲେ କଇଁଛମାନେ ଗଣଅଣ୍ଡାଦାନ ପାଇଁ ଓଡ଼ିଶାର ତିନଟି ଉପକୂଳକୁ ଆସିଥାନ୍ତି। । ପୁରୀ ଜିଲ୍ଲାର ଦେବୀ ମୁହାଣ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗହିରମଥା ମୁହାଣ ଅପେକ୍ଷା ଗଞ୍ଜାମର ଋଷିକୂଲ୍ୟା ମୁହାଣକୁ କଇଁଛମାନେ ଅଣ୍ଡାଦାକୁ ପ୍ରଥମ ପସନ୍ଦ ବୋଲି ଦେଖାଯାଇଛି । ସବୁ ବର୍ଷ ପରି ଚଳିତବର୍ଷ ମଧ୍ୟ ଅକ୍ଟୋବର ମାସ ଶେଷ ସପ୍ତାହ ଠାରୁ ଆରମ୍ଭ ହୋଇଥିଲା କଇଁଚଙ୍କର ସଙ୍ଗମ ଋଷିକୂଲ୍ୟା ମୁହାଣ ସମୁଦ୍ର ରେ। ଏହା ଜାନୁଆରୀ ମାସ ପର୍ଯ୍ୟନ୍ତ ଚାଲିଥାଏ। ମାତ୍ର କଇଁଛଙ୍କ ଅଣ୍ଡାଦାନ ପାଇଁ ଦକ୍ଷିଣାପବନ ନ ହେବା ଯୋଗୁଁ ଅଣ୍ଡାଦାନରେ ବାଧାସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ ମାର୍ଚ୍ଚ ମାସରେ ଗଭୀରମଥା ଓ ଋଷିକୂଲ୍ୟା ମୁହାଣରେ ଏକ ସମୟରେ ଗଣଅଣ୍ଡାଦାନ ଆରମ୍ଭ ହୋଇଥିବା ବେଳେ , ଗଭୀରମଥାରେ ଦୁଇ , ତିନି ଦିନ ଅଣ୍ଡାଦାନ ହୋଇ ବନ୍ଦ ହୋଇଯାଇଥିବା ବେଳେ ଋଷିକୂଲ୍ୟା ମୁହାଣରେ ଗଣଅଣ୍ଡାଦାନ ରେକଟ କରିବାକୁ ଯାଉଥିବା ଅନୁମାନ କରାଯାଉଛି। ଅଲିଭ ରିଡ଼ଲେ କଇଁଛଙ୍କ ଗତ ୨୭ ତାରିଖରେ ପ୍ରଥମ ଦିନରେ ୪୦ ହଜାର ୫୩୩ଟି କଇଁଛ ଅଣ୍ଡା ଦେଇଥିଲବା ବେଳେ ,ବର୍ତ୍ତମାନ ସୁଦ୍ଧା ୪,୨୪୩୦୧ କାଇଁଚ ଗଣଅଣ୍ଡାଦାନ କରିଛନ୍ତି । ଏହି ଅଣ୍ଡାଦାନ ୧୯୯୪ମସିହା ଠାରୁ ୨୦୨୨ ମସିହା ପର୍ଯ୍ୟନ୍ତ ଦୀର୍ଘ ୨୮ ବର୍ଷ ଉତ୍ତରଦିଗ ପୁରୁଣାବନ୍ଦଠାରୁଗୋଖରକୁଦା, ପୋଡ଼ମପେଟା, ପର୍ଯ୍ୟନ୍ତ ଗଣଅଣ୍ଡାଦାନ କରୁଥିବା ବେଳେ , ଚଳିତବର୍ଷ ଋଷିକୂଲ୍ୟା ମୁହାଣର ଦିଗପରିବର୍ତ୍ତନ ଯୋଗୁଁ ଚଳିତ ବର୍ଷ ଦକ୍ଷିଣଦିଗର କଣ୍ଟିଆଗଡ଼ ବଟେଶ୍ୱର ଠାରୁ ପ୍ରୟାଗି ଅଳେଶ୍ୱର ପର୍ଯ୍ୟନ୍ତ ଓ ପୁରୁଣାବନ୍ଦ-ଗୋଖରକୁଦା ଆଇଲାଣ୍ଡରେ ଗଣଅଣ୍ଡାଦାନ କରୁଥିବା ଏବଂ ଚଳିତବର୍ଷ ରେକଟ ସଂଖ୍ୟକ ଗଣଅଣ୍ଡା ଦାନ ହେବ ବୋଲି ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧକ ରବୀନ୍ଦ୍ର କୁମାର ସାହୁ କହିଛନ୍ତି । ସାଧାରଣତଃ ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛ ମାନେ ଶ୍ରୀଲଙ୍କାରୁ ହଜାର ହଜାର ମାଇଲ ଜଳପଥରେ ଅତିକ୍ରମ କରି ଆସି ଋଷିକୂଲ୍ୟା ମୁହାଣରେ ଗଣ ଅଣ୍ଡାଦାନ କରିଥାନ୍ତି । ଅଣ୍ଡାଦାନର ସୁରକ୍ଷାନେଇ ଡିଏଫଓ ଅମ୍ଳାନ ନାୟକଙ୍କ ତତ୍ତ୍ୱାବଧାନରେ ଖଲ୍ଲିକୋଟରେଞ୍ଜର ସିଦ୍ଧାନ୍ତ ଶଙ୍କର ସ୍ବାଇଁ, ଫରେଷ୍ଟର ଅଭିନାଶଚୌଧୁରୀ ,ମଶ୍ଚବିଭାଗ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ