ବିରିବାଡ଼ି ପଞ୍ଚାୟତ ରାସ୍ତା ଦୂରାବସ୍ଥା!
ଚିଲିକା (ଯୁଗାବ୍ଦ ନ୍ୟୁଜ୍):ଚିଲିକା ବ୍ଲକର ବିରିବାଡ଼ି ପଞ୍ଚାୟତ ଅଧିନ ୧୬ନଂ ଜାତୀୟ ରାଜପଥ କୋଚିଲା ଛକରୁ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ବିରିବାଡ଼ି ପଞ୍ଚାୟତ ରାସ୍ତାର ମଝିରେ ୫ଶହ ମିଟର ରାସ୍ତାଟି ଦୀର୍ଘ ବର୍ଷର ଦୂରାବସ୍ଥାରେ ପଡ଼ିରହିଛି । ଯୁଝି ପୋଖରୀ ନିକଟରୁ ବିରିବାଡ଼ି ଆଡ଼କୁ ଲମ୍ବିଯାଇଥିବା ଏହି ରାସ୍ତାର ଉପରୋକ୍ତ ୫ଶହ ମିଟର ରାସ୍ତାଟି ନିର୍ମାଣ ଦିନରୁ ଖାଲଖମା ହୋଇ ସେଥିରୁ ଗେଟା ବାହାରିଯାଇ ·ରିଆଡ଼େ ବିଛାଡ଼ି ପଡ଼ିଛି । ନଷ୍ଟ ହୋଇଯାଇଥିବା ଏହି ଅଂଶ ରାସ୍ତାଟିକୁ ପକ୍କା ରାସ୍ତା କରିବାକୁ ଉଭୟ ବିରିବାଡ଼ି ପଞ୍ଚାୟତବାସୀଙ୍କ ସମେତ ଏହି ରାସ୍ତାରେ ଯାଉଥିବା କୁହୁଡ଼ି, କୋଚିଲା, ଛକଡ଼ିପୁର, ହାଟବରଡ଼ିହ, ବେଗୁନିଆ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇଆସୁଛି । ୧୬ନଂ ଜାତୀୟ ରାଜପଥ କୋଚିଲା ଛକରୁ କୁହୁଡ଼ି ରେଳଷ୍ଟେସନ୍ ବିରିବାଡ଼ି ପଞ୍ଚାୟତକୁ ଏହି ରାସ୍ତାଟି ଏକ ଗୁରୁତ୍ୱପୂର୍ଣ୍ଣ ଓ ନିର୍ଭର ଯୋଗ୍ୟ ରାସ୍ତା । ଏଣୁ ଆଖପାଖ ଅଞ୍ଚଳବାସୀଙ୍କ ପକ୍ଷରୁ ଖାଲଖମାପୂର୍ଣ୍ଣ ଉକ୍ତ ପଞ୍ଚାୟତ ରାସ୍ତାଟିର ନବୀକରଣ ପାଇଁ ଦୃଢ଼ ଦାବି ହେଇଛି ।