ବିରିସିଙ୍ଗି ପୀଠରେ ୨୦ଓ ୨୧ନଂ ଜୋନସ୍ତରୀୟ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ବିପୁଳିଙ୍ଗି ନିକଟ ବିିରିସିଙ୍ଗି ପୀଠରେ ୨୦ ଓ ୨୧ ନମ୍ବର ଜୋନସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସହ ସଭ୍ୟ ସଂଗ୍ରହ ଅଭିଯାନ ପ୍ରସ୍ତୁତି ବୈଠକ ଛତ୍ରପୁର ବ୍ଲକ ସଭାପତି ସପନେଶ୍ୱର ନାହାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସଭ୍ୟ ସଂଗ୍ରହ ଅଭିଯାନର ବିଭିନ୍ନ ଦିଗ ଉପରେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ୫-ଟିର କାର୍ଯ୍ୟସୂଚି ଅନୁସାରେ ସମସ୍ତେ କାର୍ଯ୍ୟ କରିବା ଉପରେ ବିଧାୟକ ଶ୍ରୀ ବେହେରା କହିବା ସହ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିକାଶ ଉନ୍ନତି ସକାଶେ ଆସ ଆମ୍ଭେ ସମସ୍ତେ ମିଳିମିଶି ହାତକୁ ହାତ ମିଶାଇ କାର୍ଯ୍ୟ କରି ଛତ୍ରପୁର ନିର୍ବାଚନ ମଣ୍ଡଳୀକୁ ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀରେ ପରିଗଣିତ କରିବା । ଏହାସହ ଆପଣମାନେ ମୋତେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ କରିଛନ୍ତି । ମୁଁ ପାଂଚ ବର୍ଷ ନିର୍ବାଚନ ମଣ୍ଡଳୀର ହଳିଆ ହୋଇ କାର୍ଯ୍ୟ କରିବି ବୋଲି ବିଧାୟକ ଶ୍ରୀ ବେହେରା ଉପସ୍ଥିତ ବିଜେଡି ନେତା ଓ କର୍ମୀମାନଙ୍କୁ କହିଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷି ବିପଣନ ନିଗମର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା ଯୋଗ ଦେଇ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲାରେ ଅଧିକରୁ ଅଧିକ ସଭ୍ୟ ସଂଗ୍ରହ ନିର୍ବାଚନ ମଣ୍ଡଳୀ କିପରି ହୋଇପାରିବ, ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ । ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ସଭ୍ୟ ସଂଗ୍ରହଣ କାର୍ଯ୍ୟକ୍ରମ ଉପରେ ବିଭିନ୍ନ ସୁମତାମତ ଦେଇଥିଲେ । ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡି ଛତ୍ରପୁର ବ୍ଲକରେ ଅଧିକରୁ ଅଧିକ ସଭ୍ୟ ସଂଗ୍ରହ ହୋଇପାରିବ, ସେଥିପ୍ରତି ସମସ୍ତ ଜନପ୍ରତିନିଧିମାନଙ୍କୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷ ଅମିତା ସାହୁ, ଛାତ୍ର ବିଜୁ ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ବିଜୁ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ତପନ କୁମାର ପାଢ଼ୀ, ଜିଲ୍ଲା ସମ୍ପାଦକ ମନୋଜ କୁମାର ପାଢ଼ୀ, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ରବୀନ୍ଦ୍ରନାଥ ପଣ୍ଡା, ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା, ୨୧ ନଂ ଜିଲ୍ଲାପରିଷଦ ସଭ୍ୟ ଏସ.କିଶୋର ରେଡ୍ଡି, ୨୦ ନଂ ଜିଲ୍ଲା ପରିଷଦ ସଭ୍ୟା ଏ.ସୀତାମ୍ମା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ ଓ ଜଟିଆ ନାହାକ, ପୂର୍ବତନ ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ,ପୂର୍ବତନ ସାଂସଦ ପ୍ରତିନିଧି ବିଶ୍ୱନାଥ ସୁବୁଦ୍ଧି, ଯୁବ ନେତା ବିମଳ ପଣ୍ଡା, ବିପୁଳିଙ୍ଗି ସରପଂଚ ଟି.ନରସିଂହ ରେଡ୍ଡି ସମିିତିସଭ୍ୟ ଜୟଦେବ ଲେଙ୍କା, କଣମଣା ସରପଂଚ ଏସ.ଚକ୍ରପାଣି ରେଡ୍ଡି, ସମିତିସଭ୍ୟା ରଶ୍ମିତା ବେହେରା, ନାରୀନେତ୍ରୀ ସୁବର୍ଣ୍ଣମାଳା ବିଷୋୟୀ, ବଉଳଗାଁ ସରପଂଚ ସରୋଜିନୀ ମହାରଣା, ବଡ଼ମାଧପୁର ସମିତିସଭ୍ୟ ଏନ.କ୍ରିଷ୍ଣା ରେଡ୍ଡି, ଯୁବନେତା ଅକ୍ଷୟ ସ୍ୱାଇଁ, ଶମ୍ଭୁନାଥ ସ୍ୱାଇଁ, ଏସ.କାନ୍ତେୟା ରେଡ୍ଡି, ଉମାକାନ୍ତ ରେଡ୍ଡି, ଇନ୍ଦୁ ତ୍ରିପାଠୀ, ଶ୍ରମିକ ନେତା ଏମ.ଗୁମ୍ମାଲି, ବି.ଭୀମସେନ, କାଳିଆ ନାହାକ, ସୁଶାନ୍ତ କୁମାର ସାହୁ, ପୋଡ଼ାପଦର ସରପଂଚ ପୀତାମ୍ବର ପଣ୍ଡା, ମହାନାଦପୁର ସମିତିସଭ୍ୟ ଅଶୋକ ପାଣିଗ୍ରାହୀ, ଅଗସ୍ତି ନୂଆଗାଁ ସରପଂଚ ପି.ସିମାଦ୍ରୀ, ସମିତିସଭ୍ୟା ବାସନ୍ତୀ ଜାନି, ସୁଦାମ ରାଉଳ, ସରକାରୀ ଓକିଲ ସୁରେଶ ପଣ୍ଡା, କାଳିପ୍ରସାଦ ଦାସ, ଡମିନାଥ ସାହୁଙ୍କ ସମେତ ୧୨ଟି ପଂଚାୟତର ଆଗ ଧାଡ଼ିର ନେତାମାନେ ଉପସ୍ଥିତ ଥିଲେ । ଏହି ବୈଠକ କୁ ବିପୁଳିଙ୍ଗି ସରପଂଚ ଟି.ନରସିଂହ ରେଡ୍ଡି ଓ ସମିତିସଭ୍ୟ ଜୟଦେବ ଲେଙ୍କା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।