ବିରୋଳି ବିଦ୍ୟାଳୟର ବାର୍ଷିକ ଉତ୍ସବ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ଅଧିନ ବିରୋଳି ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ କାର୍ତ୍ତିକ ଚନ୍ଦ୍ର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉତ୍ସବକୁ ମୁଖ୍ୟ ଅତିଥି ସରପଞ୍ଚ ପାରମାନନ୍ଦ ନାୟକ ଉଦଘାଟନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ସମିତି ସଦସ୍ୟା ମାମିଲତା ଜେନା, ବ୍ଲକ ବିଜ୍ଞାନ ସଂଯୋଜକ ସୁବଳ ଚନ୍ଦ୍ର ପତ୍ରୀ, ଶିକ୍ଷା ସଂଯୋଜକ ବିନୋଦ ଚନ୍ଦ୍ର ରାଉତ, ଶିକ୍ଷାବିତ ଖଗେଶ୍ୱର ମିଶ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ଉତ୍ସବ ଆବଶ୍ୟକତା ସମ୍ପର୍କରେ ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୌରୀ ଶଙ୍କର ମିଶ୍ର, ପରିଚାଳନା କମିଟି ସଭାପତି ଦେବେନ୍ଦ୍ର କୁମାର ଜେନା, ଶିକ୍ଷକ ଅକ୍ଷୟ ନନ୍ଦ, ବିଶ୍ୱନାଥ ଜେନା, ରମେଶ ଚନ୍ଦ୍ର ରାଉତ ପ୍ରମୁଖ ଏଥିରେ ଯୋଗଦେଇଥିଲେ । ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ ସାମଲ ବିଦ୍ୟାଳୟ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଦେବେନ୍ଦ୍ର କୁମାର ବିଶ୍ବାଳ ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ଶିକ୍ଷୟତ୍ରୀ ଲୋପାମୁଦ୍ରା ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଅତିଥି ମାନେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିବା ବେଳେ ବାର୍ଷିକ ଉତ୍ସବକୁ ଶିକ୍ଷୟତ୍ରୀ ଅର୍ଣ୍ଣପୂର୍ଣା ବେହେରା, ମଙ୍ଗଳ ସୋରେନଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ସଭ୍ୟା ମାନେ ପରିଚାଳନା କରିଥିଲେ ।


