ବିଲକୁ ମାଡୁନି ପାଣି,ଚାଷୀ ସଫାକଲେ ନାଳ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତର ନାଗପୁର ଗ୍ରାମର ୯ନମ୍ବର ଶାଖା କେନାଲରେ ପାଣି ଆସୁନଥିବାରୁ ସଂପୃକ୍ତ ଅଂଚଳର ଶହ ଶହ ଏକର ଜମି ଫାଟି ଆଁକରିବସିଲାଣି । ବର୍ଷା ଅଭାବ ସହିତ ଦୀର୍ଘଦିନ ଧରି ଏହିନାଳ ଗୁଡିକ ଜଳସେଚନ ବିଭାଗ ପକ୍ଷରୁ ସଫାହେଉନଥିବାରୁ ଚାଷଜମିକୁ ପାଣି ମାଡିପାରୁନାହିଁ । ଫଳରେ ଚାଷୀମାନେ ଘୋର ଅସୁବିଧାର ସମ୍ମୁଖିନ ହେବା ବେଳେ ଜମି ଗୁଡିକ ଫାଟି ଆଁ କଲାଣି । ଏସମ୍ପର୍କରେ ଚାଷୀମାନେ ପାଣିପଂଚାୟତ ଏବଂ ଜଳସେଚନ ବିଭାଗର ଅଧିକାରୀମାନଙ୍କୁ ବାରମ୍ବାର ଜଣାଇ ନିରାଶ ହେବାପରେ ବାଧ୍ୟ ହୋଇ ନିଜେ କେନାଲକୁ ସଫା କରିଛନ୍ତି । ନାଗପୁର ମୈାଜାର ଦେପୁର ସ୍କୁଲ ପାଖରୁ ଚାଷୀମାନେ ପ୍ରାୟ ଦେଢଶହ ମିଟର ଶାଖାନାଳକୁ ସଫାକରିଛନ୍ତି । ଚାଷୀମାନଙ୍କ ପକ୍ଷରୁ ସୁରେନ୍ଦ୍ର ପତି, ହୃଷିକେଶ ନାୟକ, ସୁବାଷ ଦାସ, ବିନୋଦବିହାରି ପତି, ମଦନ ନାୟକ, ଚଣ୍ଡ ଜେନାଙ୍କ ସମେତ ବହୁ ଚାଷୀ ନାଳକୁ ସଫା କରିବା କାର୍ଯ୍ୟରେ ନିୟୋଜିତ ଥିଲେ । ଜଳସେଚନ ବିଭାଗ ପକ୍ଷରୁ ନାଳ ସଫା କରାନଯିବା ଦ୍ୱାରା ଚାଷୀ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ।