ବିଲାତି ବାଇଗଣର ଗହଣା ପିନ୍ଧି ବିବାହ ମଞ୍ଚକୁ ଆସିଲେ ପାକିସ୍ତାନୀ ବୋହୂ

ପାକିସ୍ତାନରେ ବିଲାତିବାଇଗଣ ଦର ଆକାଶ ଛୁଆଁ ହୋଇଛି । ସାଧାରଣଲୋକ ବିଲାତିବାଇଗଣ କିଣିବା ବନ୍ଦ କରି ଦେଇଛନ୍ତି । ଏହି କ୍ରମରେ ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ ପାକିସ୍ତାନୀ କନ୍ୟା ଅଳଙ୍କାର ବଦଳରେ ବିବାହରେ ବିଲାତି ବାଇଗଣ ପିନ୍ଧି ଥିବା ଦେଖିବାକୁ ମିଳିଛି । ସୋସିଆଲ ମଡିଆରେ ଏହାର ଏକ ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି । ଏହି ବିବାହ ଭୋଜିକୁ ଆସିଥିବା ଲୋକମାନେ ବଧୂକୁ ଅଳଙ୍କାର ସ୍ଥାନରେ ବିଲାତିବାଇଗଣ ପିନ୍ଧିଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବଧୂଟି ସିନ୍ଥିରେ, ଗଳାରେ ଓ ହାତରେ ବିଲାତିବାଇଗଣକୁ ହାର କରି ପିନ୍ଧିଥିଲେ ।
ତେବେ ବିବାହରେ ଏଭଳି ବିଲାତିବାଇଗଣକୁ ହାର କରି ପିନ୍ଧିଥିବା କାରଣ ବଧୂଙ୍କୁ ପଚରା ଯିବାରୁ ସେ କହିଥିଲେ, ସୁନା ଦର ଭଳି ବିଲାତିବାଇଗଣ ଦର ବି ବୃଦ୍ଧି ପାଇଛି । ତେଣୁ ମୁଁ ଅଳଙ୍କାର ସ୍ଥାନରେ ବିଲାତିବାଇଗଣକୁ ହାର କରି ପିନ୍ଧିବାକୁ ସ୍ଥିର କରିଥିଲି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ