ହାଡ଼ ମଜଭୁତ କରେ ଛତୁ

ମଶରୁମ୍ ବା ଛତୁ କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ତାହା ନୁହେଁ ଏହାର ଅନେକ ଗୁଣ ରହିଛି ଯାହା ସ୍ୱାସ୍ଥ୍ୟ ପକ୍ଷେ ଉପକାରୀ ହୋଇଥାଏ । ଆୟୁର୍ବେଦରେ ଛତୁକୁ ଔଷଧ ଭାବରେ ବ୍ୟବହାର କରାଯାଏ । ଆସନ୍ତୁ ଜାଣିବା ପୋଷକ ତତ୍ତ୍ୱରେ ଭରପୂର ଛତୁ ଖାଇଲେ କେଉଁ ପ୍ରକାର ଉପକାର ମିଳିଥାଏ । ଛତୁ ଖାଇବା ଦ୍ୱାରା ଶରୀରକୁ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡ଼ାଣ୍ଟ ମିଳିଥାଏ । ଛତୁ ବୟସ ବୃଦ୍ଧି ହେବା ଲକ୍ଷଣକୁ କମ୍ କରିଥାଏ ଓ ତ୍ୱଚାକୁ ମଧ୍ୟ ଆବଶ୍ୟକ ପୋଷକ ଦେଇଥାଏ । ଛତୁକ୍‌ୁ ନିୟମିତ ଖାଦ୍ୟରେ ସାମିଲ କରନ୍ତୁ । କାରଣ ଏହା ରୋଗ ପ୍ରତିରୋଧକ କ୍ଷମତାର ବିକାଶ କରାଇଥାଏ । ଏହା ଦ୍ୱାରା ଥଣ୍ଡା, କାଶ ପରି ସମସ୍ୟା ଜଲଦି ହୁଏ ନାହିଁ । ଛତୁରେ ଭିଟାମିନ ଡି ପର୍ଯ୍ୟାପ୍ତ ମାତ୍ରାରେ ଥାଏ ଯାହାଦ୍ୱାରା ଶରୀରର ହାଡ଼ ମଜଭୁତ ହୋଇଥାଏ ଓ ୨୦ ପ୍ରତିଶତ ଭିଟାମିନର ଆବଶ୍ୟକତା ପୂରା କରିଥାଏ । ଛତୁରେ ଥିବା ବିଟା ଗ୍ଲୁକେନ୍ କୋଲେଷ୍ଟ୍ରୋଲ୍ କମ୍ କରିଥାଏ ଓ ଏହା ସହିତ ହୃଦୟକୁ ମଧ୍ୟ ସୁସ୍ଥ ରଖିଥାଏ । ଟାଇପ୍‌-୨ ଡାଇବେଟିସର ବିପଦରୁ ମଧ୍ୟ ରକ୍ଷା କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ