ବିଳମ୍ବରେ ବୃତ୍ତି ପରୀକ୍ଷା କରିବା ନେଇ ଛାତ୍ରଛାତ୍ରୀ ଓ ଅବିଭାବକ ମାନଙ୍କ ମଧ୍ୟରେ ଅଶାନ୍ତି
ଶେରଗଡ଼,(ବିଭୁ ପ୍ରସାଦ ଦାଶ):ଶେରଗଡ ରେ ଆଜି ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ଯାଳୟ ରେ ପଞ୍ଚମ ଓ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା କରୁଛି ବୋର୍ଡ କର୍ତ୍ତୁପକ୍ଷ। ଏହାକୁ ନେଇ ଅବିଭାବକ ମାନେ ନାପସନ୍ଦ କରିବାସହ ଅଶାନ୍ତି ପ୍ରକାଶ କରିଛନ୍ତି। ଏହାର କାରଣ ହେଲା ବର୍ତ୍ତମାନ ନଭେମ୍ବର ମାସ ହେଲାଣି। ଆଉ ମାସ ପରେ ପିଲାର ଉପର ଶ୍ରେଣୀ ର ଅର୍ଦ୍ଧ ବାର୍ଷିକ ପରୀକ୍ଷା ହେବ। ତୃତୀୟ ଶ୍ରେଣୀ ପିଲା ଏବେ ଚତୁର୍ଥ ପଢୁଥିବା ବେଳେ ପଂଚମ ଶ୍ରେଣୀ ପିଲାଟି ଷଷ୍ଠ ଶ୍ରେଣୀ ରେ ପଢୁଛି। ପିଲା ତଳ ଶ୍ରେଣୀ ର ପାଠ ଛାଡି ଉପର ଶ୍ରେଣୀ ର ପାଠ ପଢା ଅଧା ବେଳେ ବୋର୍ଡ କର୍ତ୍ତୁପକ୍ଷ କରୁଛନ୍ତି ତଳ ଶ୍ରେଣୀ ର ବୃତ୍ତି ପରୀକ୍ଷା। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅବିଭାବକ ଦ୍ବନ୍ଦରେ ପଡୁଛନ୍ତି। ପିଲା ତଳ ଶ୍ରେଣୀ ର ବୃତ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଉପର ଶ୍ରେଣୀ ର ପାଠରେ ଧୀମା ହୋଇଯାଉଛି। ଫଳରେ ଅବିଭାବକ ଓ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ମାନେ ହରଡଘଣାରେ ପଡୁଛନ୍ତି। ଏପରି ୭ ବର୍ଷ ହେଲା ଚାଲିଛି। ଅବିଭାବକ ମତ ହେଉଛି ଯେ ଶ୍ରେଣୀ ର ପରୀକ୍ଷା ସରୁ ସରୁ ଏପ୍ରେଲ ମାସ ଶେଷରେ ବୃତ୍ତି ପରୀକ୍ଷା କଲେ ଛାତ୍ରଛାତ୍ରୀ ଙ୍କ ସୁବିଧା ହୁଅନ୍ତା ଓ ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ଯା ରେ ଭାଗ ନେଇ ପାରନ୍ତେ ଓ ମେଧାବୀ ଛାତ୍ରଛାତ୍ରୀ ମାନେ ବାହାରନ୍ତେ। ଏଣୁ ବୋର୍ଡ କର୍ତ୍ତୁପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ଏପ୍ରେଲ ମାସ ଶେଷରେ ବୃତ୍ତି ପରୀକ୍ଷା କରିବାକୁ ଦାବୀ କରିଛନ୍ତି।