ବିଶଷ୍ଟ ସଂଗ୍ରାମୀଙ୍କ ବିୟୋଗରେ ଶୋକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ବିଶିଷ୍ଟ ସଂଗ୍ରାମୀ ତଥା ଦୁଃଖିନୀ କନିକାର ରଚୟିତା ବିପ୍ଲବୀ କବି ଆନନ୍ଦ ଚନ୍ଦ୍ର ଜେନାଙ୍କ ସୁପୁତ୍ର ଅନିଳ ଚନ୍ଦ୍ର ଜେନାଙ୍କର ୮୦ବର୍ଷ ବୟସରେ ସୋମବାର ରାତିରେ ତାଙ୍କ ଟାଉନବଳରାମପୁରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଗତ କିଛିଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପିଡିତ ଥାଇ ଚିକିତ୍ସିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ସୁକୁମାରୀ,ପୁତ୍ର ସଞ୍ଜୟ ଓ ରମେଶ, ବୋହୁ ଏବଂ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ । ସ୍ୱର୍ଗତ ଜେନା କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ଉପସଭାପତି ଥିଲେ । ତାଙ୍କ ବିୟୋଗ ଖବର ପାଇ ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକ, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି, ଜିଲ୍ଲା ଓକିଲ ସଙ୍ଘ ସଭାପତି ଆଶୁତୋଷ ମହାନ୍ତି, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ବରିଷ୍ଠ ଆଇନଜୀବୀ ଗଗନବିହାରୀ ଜେନା, ଧ୍ରୁବ ଚରଣ ଜେନା, ଦେବଦାସ ମହାନ୍ତି, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ସାହିତ୍ୟିକ ଡଃ. ବାସୁଦେବ ଦାସ, ଶୁଭାଂଶୁ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲି, ସମ୍ପାଦକ ଗୋପାଳକୃଷ୍ଣ ଜେନା, ସଂଗ୍ରାମୀ ମକର ଦାସ, ରଶ୍ମିରଞ୍ଜନ ରାଉତ, ଆଇନଜୀବୀ ମନୋଜ ସାହୁ, ରମଣୀରଞ୍ଜନ ରାଉତରାୟ, ଅରୁଣ ପ୍ରସାଦ ଦାସ, ନିରଞ୍ଜନ ବଳ, ଧିରେନ୍ଦ୍ର ଦାସ, ଅକ୍ଷୟପ୍ରିୟ ଦାସ, ସତ୍ୟବ୍ରତ ସିଂ, ହିରଣ୍ୟ ପଣ୍ଡା, ନୃସିଂହ ତ୍ରିପାଠୀ, କାଳୀପ୍ରସାଦ ମିଶ୍ର, ସବିତା ସାହୁ, ଦୁର୍ଗା ପ୍ରସାଦ ପତି, ସୁରେଶ ମର୍ଦ୍ଦରାଜ, ମାନସ ସାହୁ, ଗୋଲଖ ପଢିହାରୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସଂଗ୍ରାମୀ ଉତ୍ତରଦାୟାଦ ସଂଗଠନର ଉପସଭାପତି ବାଉରୀବନ୍ଧୁ ଦାସ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନ, ସମ୍ପାଦକ ପଦ୍ମନାଭ ଦାସ, ରାଜ୍ୟ ସଂଗଠନ ସମ୍ପାଦକ ତୁଷାରକାନ୍ତି ଘୋଷ, ଜିଲ୍ଲା କାର୍ଯ୍ୟକାରୀ ସଭାପତି କୁଳମଣୀ ରାଉତ, ସମ୍ପାଦକ ବିଚିତ୍ରାନନ୍ଦ ନାୟକ ପ୍ରମୁଖ ତାଙ୍କ ମର ଶରୀରରେ ଉତ୍ତରୀୟ, ଗାନ୍ଧୀ ଟୋପି ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ଶେଷ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ନିଳମଣୀ ସାହୁ ଓ ରାଜ୍ୟ ସମ୍ପାଦକ ବିଜୟ କୁମାର ତ୍ରିପାଠୀ ଏକ ଶୋକବାର୍ତ୍ତାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଆଇନମନ୍ତ୍ରୀ ପ୍ରତାପ ଜେନା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲିକ ପ୍ରମୁଖ ସ୍ୱର୍ଗତ ଜେନାଙ୍କ ବିୟୋଗରେ ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ହଜାରିବଗିଚାସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ସରକାରୀ ଓକିଲ ସଞ୍ଜୟ ଜେନା ମୁଖାଗ୍ନି ଦେଇଥିଲେ ।