ବିଶାଳ ଜଳାଶୟରୁ ସୌର ଶକ୍ତି ଉତ୍ପାଦନ କରିବ ରାଜ୍ୟ

ଭୁବନେଶ୍ବର : ଓଡ଼ିଶାରେ ଭରପୂର ଥିବା ବିଶାଳ ଜଳାଶୟ ଗୁଡ଼ିକୁ ବ୍ୟବହାର କରି ସରକାର ସୌର ଶକ୍ତି ଉତ୍ପାଦନ କରିବାକୁ ଯୋଜନା କରୁଥିବା ସୂଚନା ଦେଇଛନ୍ତି ରାଜ୍ୟ ଶକ୍ତି ସଚିବ ବିଷ୍ଣୁପଦ ସେଠୀ । ଶିକ୍ଷା ଓ ଅନୁସନ୍ଧାନ (ଡିମଡ୍‌ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଆୟୋଜିତ “ଇନୋଭେସନ୍ ଇନ୍ ଇଲେକ୍ଟି୍ରକାଲ୍ ପାୱାର ଇଞ୍ଜିନିୟରିଂ କମ୍ୟୁନିକେସନ୍ ଆନ୍ଦ କମ୍ପ୍ୟୁଟିଂ ଟେକ୍ନୋଲୋଜି” ଶୀର୍ଷକ ପ୍ରଥମ ଆନ୍ତର୍ଜାତିକ ଦୁଇ ଦିନିଆ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସେଠୀ କହିଛନ୍ତି ଯେ, ଓଡ଼ିଶାରେ ସୌର ଶକ୍ତି ଉତ୍ପାଦନ ପାଇଁ ଅନେକ ସମ୍ଭାବନା ରହିଛି । ବାଲିମେଳା, ହୀରାକୁଦ ଏବଂ ରେଙ୍ଗାଲୀ ଭଳି ଜଳାଶୟରୁ ସୌର ଶକ୍ତି ଉତ୍ପାଦନ କରାଯାଇପାରିବ ।
ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ରହିଥିବା ଶ୍ରୀ ସେଠୀ କହିଛନ୍ତି ଯେ, ଦେଶରେ ଆଗାମୀ ଦିନରେ କାର୍ବନ୍ ଏମିସନକୁ କମ୍ କରିବା ପାଇଁ ୪୫୦ ଗିଗା ୱାଟର ଅକ୍ଷୟ ଶକ୍ତି ଉତ୍ପାଦନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ଏ ଦିଗରେ ରାଜ୍ୟରେ ଥିବା ଜଳାଶୟଗୁଡ଼ିକରେ ଭାସମାନ ସୌର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରାଯାଉଥିବା ସେ କହିଛନ୍ତି । ଏହିଭଳି ପ୍ରୋଜେକ୍ଟଗୁଡ଼ିକୁ ହାତକୁ ନେବା ପାଇଁ ୟୁରୋପିଆନ୍ ୟୁନିୟନ୍ ସହିତ ରାଜ୍ୟ ସରକାର ଆଲୋଚନା କରୁଛନ୍ତି । ଓଡ଼ିଶାରେ ଦେଶର ୩୦ ପ୍ରତିଶତ କୋଇଲା ଗଚ୍ଛିତ ରହିଛି । ତେବେ ତାପଜ ବିଦ୍ୟୁତ ଉତ୍ପାଦନ ଦ୍ୱାରା ପରିବେଶ ପ୍ରଦୂଷଣ ହୋଇଥିବା ଯୋଗୁଁ ଏହି ଉତ୍ପାଦନକୁ କମ୍ କରାଯାଉଛି ବୋଲି ସେ କହିଥିଲେ ।
ସୋଆର ରିସର୍ଚ୍ଚ ଆନ୍ଦ ଡେଭଲପମେଣ୍ଟର ଡିନ୍ ପ୍ରଫେସର ପି.କେ. ନନ୍ଦ ଉଦଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି, ଆଇଓସି କ୍ୟାମ୍ପସ୍, ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଭାସ୍କର ନାରାୟଣ ଥୋରାଟ ଓ ଆଇଆଇଟି, ଦିଲ୍ଲୀର ପ୍ରଫେସର ବିଜୟ କେତନ ପାଣିଗ୍ରାହୀ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆନ୍ଦ ରିସର୍ଚ୍ଚ (ଆଇଟିଇଆର୍)ର ଇଲେକ୍ଟି୍ରକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ରେଣୁ ଶର୍ମା ଏବଂ ସମ୍ମିଳନୀର ଅର୍ଗାନାଇଜିଂ ଚେୟାର ଡଃ ମନୋହର ମିଶ୍ର ମଧ୍ୟ ବକ୍ତବ୍ୟ ରଖିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ