ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ପରୋଲୋକ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି କରଣ ସାହି ନିବାସୀ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ପୁଷ୍ପାବେଣୀ ପଟ୍ଟନାୟକ ଙ୍କ ପରୋଲୋକ ଘଟିଛି | ସେ ମହାରାଜ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରିବା ସହ ଉତ୍କଳ ହିତେଇସିଣୀ ସମାଜ ର ସଙ୍ଗୀତ ବିଦ୍ୟାଳୟ ରେ ସଙ୍ଗୀତ ଶିକ୍ଷା ଦେଉଥିଲେ | ତାଙ୍କ ଠାରୁ ଅନେକ କଳାକାର ସଙ୍ଗୀତ ଶିକ୍ଷା ଗ୍ରହଣ କରି ଆଜି ପ୍ରତିଷ୍ଠିତ | ସେ ଅନେକ ଅନୁଷ୍ଠାନ ସହ ଜଡ଼ିତ ଥିଲେ ,କିଛି ଦିନ ହେଲା ସେ ଅସୁସ୍ଥ ଥିଲେ ଆଜି ନିଜସ୍ୱ ବାସଭବନ ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି |ତାଂକ ବିୟୋଗ ରେ ସାହିତ୍ୟିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଗୁରୁ ଗୌର ଚନ୍ଦ୍ର ପଣ୍ଡା, ଲେଖକ ନରସିଂହ ପଟ୍ଟନାୟକ, ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ, ଗୁରୁ ରଘୁନାଥ ପାତ୍ର, ଗୁରୁ କୈଳାସ ପଟ୍ଟନାୟକ, କ୍ରିଏଟିଭ ଆର୍ଟସ ର ସଭାପତି ନୃସିଂହ ଚରଣ ପଟ୍ଟନାୟକ, ବିଚିତ୍ରା ନନ୍ଦ ବେବର୍ତ୍ତା, ହରିଦାସ ପାଣିଗ୍ରାହୀ, ମନୋଜ ପାଢ଼ୀ, ଆଦର୍ଶ ଦାସ, କୁନା ହଳଧର, ମତଙ୍ଗିନି ଗୁରୁ, ହେମନ୍ତ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ପାରଳା ମାଟି ଏକ ବିଶିଷ୍ଟ କଣ୍ଠଶିଳ୍ପୀ ଙ୍କୁ ହରାଇଲା ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ