ବିଶିଷ୍ଟ ଫୁଟବଲ ଖେଳାଳୀଙ୍କ ଅବଦୁଲ ୱାହିଦଙ୍କ ବିୟୋଗ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ଫକିରାବାଦ ଗ୍ରାମର ବାସୀନ୍ଦା ତଥା ବିଶିଷ୍ଟ ଫୁଟବଲ ଖେଳାଳୀ ଅବଦୁଲ ୱାହିଦଙ୍କ ୭୫ବର୍ଷ ବୟସରେ ବୁଧବାର ରାତିରେ ବିୟୋଗ ହୋଇଯାଇଛି । ସ୍ୱର୍ଗତ ଅବଦୁଲ ଫକିରାବାଦର ଆଜାଦ କ୍ଲବ ପକ୍ଷରୁ ଜିଲ୍ଲା ଏବଂ ରାଜ୍ୟ ସ୍ତରୀୟ ଫୁଟବଲ ମ୍ୟାଚ ଖେଳି କେନ୍ଦ୍ରାପଡା ପାଇଁ ସୁନାମ ଆଣିଦେଇଥିଲେ । ତାଙ୍କ ବିୟୋଗରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ନଗରପାଳ ସରିତା ସାହୁ, ବିଜେଡି ଜିଲ୍ଲା ସଭାପତି ଉତ୍କଳକେଶରୀ ପରିଡା, ନଗର ବିଜେଡି ସଭାପତି ଯଯାତି କେଶରୀ ମହାନ୍ତି, ରଞ୍ଜିତ ସାହୁ, ଯୁବନେତା ରାଜେଶ ପଣ୍ଡା, ମହେନ୍ଦ୍ର ମିଶ୍ର ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ଜନାଜା ପାଠ କରାଯାଇ ସ୍ଥାନୀୟ କବରସ୍ଥାନରେ ତାଙ୍କୁ କବର ଦିଆଯାଇଛି ।