ବିଶିଷ୍ଟ ଲେଖିକା ମନୋରମା ମହାପାତ୍ର ଓ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ସଂସଦର ସ୍ମୃତି ଚାରଣ ସଭା

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୁଲ୍ୟରେ ଦୈନିକ ସମାଜର ପ୍ରାକ୍ତନ ସମ୍ପାଦିକା, ବିଶିଷ୍ଟ ଲେଖିକା ମନୋରମା ମହାପାତ୍ର ଏବଂ ଓଟିଭିର ମୁଖ୍ୟ ରିପୋର୍ଟର ଅରିନ୍ଦମ ଦାସଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ସଂସଦର ସଭାପତି ଡଃ ବାସୁଦେବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ ପ୍ରାରମ୍ଭିକ ସୂଚନା, ବିବରଣୀ ପ୍ରଦାନ ଓ ଦୁଇ ମହାନ ଆତ୍ମାଙ୍କ ସ୍ମୃତି ଚାରଣ କରିଥିଲେ । ସଂସଦର ଉପସଭାପତି ଆଇନ୍‌ଜୀବି ପ୍ରଦୀପ କୁମାର ଦାଶ ମୁଖ୍ୟଅତିଥି ଶିକ୍ଷାବିତ୍ କାଶୀନାଥ ରାଉତରାୟ, ଗୀତି କବି ସୁବାଷ ଚନ୍ଦ୍ର ପାତ୍ର, ସାମ୍ବାଦିକ ସୋମନାଥ ସାହୁ, ସଂଜୟ କୁମାର ମଥାନ, ରଞ୍ଜନ ବାଇ, ଅଜୟ କୁମାର ପାତ୍ର, ମନୋଜ କୁମାର ଦାସ, ଆଶିଷ ସେନାପତି, ଅମରବର ବିଶ୍ୱାଳ, କାର୍ତ୍ତିକ ଚରଣ ନାୟକ ପ୍ରମୁଖ ଡଃ ମହାପାତ୍ର ଓ ସାମ୍ବାଦିକ ସ୍ୱର୍ଗତ ଦାଶଙ୍କ ଜୀବନ ସଂଗ୍ରାମ, କାର୍ଯ୍ୟଧାରା ଓ ସମାଜପ୍ରତି ଥିବା ଅବଦାନ ସମ୍ପର୍କରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଶ୍ରଦ୍ଧାଞ୍ଜଳୀ ଜ୍ଞାପଣ କରିଥିଲେ । ଏହାପରେ ଏକ କବିତାପାଠୋତ୍ସବ କବି ଅଶୋକ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଶେଷରେ ଶରତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ