ଟାଉନ ପୋଲିସ ପକ୍ଷରୁ ସୁନା ଦୋକାନ ଉପରେ ଚଢାଉ
କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ଟାଉନଥାନା ପୋଲିସ ପକ୍ଷରୁ କେନ୍ଦ୍ରାପଡା ସହରର କାକଟ ଛକରେଥିବା ମଣୀ ଜୁଏଲାର୍ସ ଉପରେ ଚଢାଇ କରାଯାଇଥିବା ଦେଖାଯାଇଥିଲା । କେତେକ ଚୋରା ସୁନା ଆଣି କେନ୍ଦ୍ରାପଡାରେ ବିକ୍ରୀ କରାଯାଇଥିବା ସମ୍ପର୍କରେ ପୋଲିସ ଖବର ପାଇ ଏହି ଚଢାଉ କରିଥିବା ଟାଉନଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି । ତଦନ୍ତ ସମ୍ପୂର୍ଣ୍ଣ ହୋଇ ନଥିବାରୁ ଘଟଣାର ସବିଶେଷ ବିବରଣୀ ଏବେ ପୋଲିସ ପ୍ରଦାନ କରିବାକୁ ମନାକରିଛି ।


