ବିଶିଷ୍ଟ ସଂଗୀତଜ୍ଞ ଓ ମୃଦଙ୍ଗ ବାଦକ ବିପିନବିହାରୀ ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସହରପୁର ଗ୍ରାମନିବାସୀ ସ୍ୱର୍ଗତ ବିପିନ ବିହାରୀ ରାଉତଙ୍କ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବାସଭବନ ପରିସରରେ ବରିଷ୍ଠ ଆଡଭୋକେଟ୍ ପ୍ରଦୀପ କୁମାର ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ବରିଷ୍ଠ ବିଜେପି ନେତା ହରିଶ ଚନ୍ଦ୍ର ଜେନା, ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ସୁନାକାର ବେହେରା, ବିଷ୍ଣୁ ଦାସ, ତେଜେଶ୍ୱର ପରିଡା, ଇଂ ଜ୍ଞାନଦେବ ବେଉରା, ଗଗନ ସାହୁ, କନିକା ରାଣୀ ଦୁର୍ଗା ଦେବୀ, ଅଭିମନ୍ୟୁ ଗୋଛାୟତ, ଶଶାଙ୍କ ସେଠୀ, ସରୋଜ ନାୟକ, ସୁକାନ୍ତ ଦ୍ୱିବେଦୀ, ସତ୍ୟରଞ୍ଜନ ସାମଲ, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ବିଜେଡି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡା, ଆଇନଜୀବୀ ନୃସିଂହ ରାଉତ, ନେହେରୁ ସାହୁ, ଶ୍ରୀଧର ଭୋଳ, ଦୁର୍ଯ୍ୟୋଧନ ସାହୁ, ଅଭୟ ନାୟକ, ବାବୁଲି ମହାରଣା, ଆଇନ କଲେଜ ଅଧକ୍ଷ ରବୀନ୍ଦ୍ର ବଳ, ପତଞ୍ଜଳି ଯୋଗ ସମିତି ସଭାପତି ବିଭୁପ୍ରସାଦ ଦାସ ଓ ବିଶିଷ୍ଠ ପ୍ରବଚକ ଜଗଦିଶ ପ୍ରମୁଖ ସ୍ୱର୍ଗତ ରାଉତଙ୍କ ସ୍ମୃତି ଚାରଣ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ଭାଇ ଉପିନ ରାଉତ, କୈଳାସ ରାଉତ, ନୃସିଂହ ରାଉତ, ପୁତ୍ର ରଞ୍ଜନ ରାଉତ, ରାକେଶ ରାଉତ ଓ ପରିବାରବର୍ଗଙ୍କୁ ଶାନ୍ତ୍ୱନା ପ୍ରଦାନ କରିଥିଲେ । ତାଙ୍କ ଦେହାନ୍ତ ଖବର ପାଇ ବିଶିଷ୍ଟ ସମାଜସେବି ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର ଓ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ସରପଞ୍ଚଙ୍କ ପ୍ରତିନିଧି ନିରଞ୍ଜନ ନାୟକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସହରପୁରସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ