ବିଶିଷ୍ଟ ସାହିତ୍ୟିକ ମନ୍ମଥ ପାଢୀଙ୍କ ପରଲୋକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):୨୫ ତାରିଖ ସନ୍ଧ୍ୟାରେ ପାରଳାଖେମୁଣ୍ଡିର ବିଶିଷ୍ଟ କବି ତଥା ଲେଖକ ମନ୍ମଥ ପାଢୀଙ୍କ ବ୍ରହ୍ମପୁରସ୍ଥିତ ପାଲୁର ବଂଗଳା ବାସଭବନରେ ପରଲୋକ ହୋଇଯାଇଛି।ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ।ପାରଳାଖେମୁଣ୍ଡି ବକ୍ସି ସାହି ନିବାସୀ ସ୍ୱର୍ଗତ ଭାଗିରଥି ପାଢୀଙ୍କ ପୁତ୍ର ଅଟନ୍ତି। ପାରଳା ଉତ୍କଳ ହିତୈଷିଣୀ ସମାଜର ପ୍ରୁଷ୍ଠପୋଷକ ହିସାବରେ ଭାଗିରଥି ପାଢୀଙ୍କ ସୁନାମ ଥିଲା। ତାଂକରି ପ୍ରଭାବ ଦିବଂଗତ ପାଢୀଙ୍କୁ ପଡିଥିଲା।ବାଣିଜ୍ଯ କର ଅଧିକାରୀ ଭାବେ ଅବସର ନେଲାପରେ ସେ ସାହିତ୍ୟ ଓ ସଂସ୍କୃତିର ଅଭି ବ୍ରୁଦ୍ଧି ଦିଗରେ ନିଜର ଅବଦାନ ଅବିସ୍ମରଣୀୟ ହୋଇରହିବ।ଗଂଜାମ ଜିଲ୍ଲା ଉତ୍କଳ ସମ୍ମିଳନୀର ସଭାପତି ଭାବେ ରହି ଓଡିଶାର ବିଚ୍ଛିନ୍ନାଞ୍ଚଳର ଆନ୍ଧ୍ରପ୍ରଦେଶରେ ଓଡିଆ ମାନଙ୍କୁ ସଂଗଠନ କରି ଓଡିଆ ଜାତି ଓ ଅସ୍ମିତାର ମୂଲ୍ୟ ସୂଚାଇ ଥିଲେ।ପାରଳା ଉତ୍କଳ ସମ୍ମିଳନୀ ସହିତ ସଂପର୍କ ଥିଲା।
ତାଂକରି ବିୟୋଗରେ ଊତ୍କଳ ହିତୈଷିଣୀ ସମାଜର ସଭାପତି ଭାରତ ଟଭୂଷଣ ମହାନ୍ତି, ସଂପାଦକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବିନୋଦ ଜେନା, ବିଚିତ୍ରାନନ୍ଦ ବେବର୍ତ୍ତା, ଆଶାଲତା ପାଣିଗ୍ରାହୀ, ଭାଗବତ ପାଢୀ, ଗୌରଚନ୍ଦ୍ର ପଣ୍ଡା ଶୋକପ୍ରକାଶ କରିଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ