ବିଶିଷ୍ଠ କଳାକାରଙ୍କ ବିୟୋଗରେ କ୍ରିଏଟିଭ ଆର୍ଟସ୍ର ସ୍ମୃତିସଭା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ବିଶିଷ୍ଠ ହାରମୋନିଅମ ବାଦକ ତଥା କଣ୍ଠଶିଳ୍ପୀ କଳାସାରଥୀ ନାରାୟଣ ଦାସ ପଟ୍ଟନାୟକଙ୍କ ଅକାଳ ବିୟୋଗରେ ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ ଆର୍ଟସ ପକ୍ଷରୁ ଏକ ଶୋକ ସଭା ଆୟୋଜିତ ହୋଇଥିଲା । ସ୍ଥାନୀୟ ବିଜୟ କ୍ଲବ ପରିସରରେ ଆୟୋଜିତ ଏହି ସଭାରେ ସ୍ୱର୍ଗତ ନାରାୟଣଙ୍କ ସ୍ମୃତିଚାରଣା କରାଯାଇଥିଲା । ସ୍ୱର୍ଗତ ନାରାୟଣ ଜଣେ ସରଳ ଓ ମେଳାପି ବ୍ୟକ୍ତିତ୍ୱ ଥିଲେ । ପାରଳାରେ ଜୟ ଭାରତୀ ମେଲୋଡି ଠାରୁ ଆରମ୍ଭ କରି ଅନେକ ଅନୁଷ୍ଠାନରେ ଗୀତ ଗାଇଥିଲେ । ଏଥି ପାଇଁ ତାଙ୍କୁ କଳା ସାରଥି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସେହିପରି ସେ ଅନେକ ନାଟକରେ ମଧ୍ୟ କଣ୍ଠ ଦାନ କରିଥିବା ଯୋଗୁଁ କଳାକାରମାନେ ତାଙ୍କ ସ୍ମୃତି ଚାରଣ କରିଥିଲେ । ଅନୁଷ୍ଠାନର ସବାପତି ନୃସିଂହ ଚରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ସମ୍ପାଦକ ମନୋଜ କୁମାର ପାଢୀ (ମୁନ୍ନା), ନାଟ୍ୟ ନିର୍ଦ୍ଦେଶକ ଅର୍ଜୁନ ନାୟକ, ନାଟ୍ୟ କର୍ମୀ ଆଦର୍ଶ ଦାସ, ଜଟିଆ ଗୌଡ, ଅମୂଲ୍ୟ ପାଣିଗ୍ରାହୀ, ହର ତ୍ରିପାଠୀ, କୁନା ହଳଧର, ହରିହର ପଟ୍ଟନାୟକ, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ସୁଜିତ ପାଣିଗ୍ରାହୀ, ବାଳକୃଷ୍ଣ ପାଣିଗ୍ରାହୀ, କାମଦେବ ପାଢୀ, ମନୋଜ ପାଢୀ ପ୍ରମୁଖ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞଳୀ ଜ୍ଞାପନ କରି ତାଙ୍କରି ସ୍ମୃତି ଚାରଣ କରିଥିଲେ ।


