ବିଶୋଇ ଥାନାରେ ଦୁଇ ଅପମୃତ୍ୟୁ!ଜଣେ ବିଷ ଦ୍ବାରା ତ ଜଣେ ଫାଶୀ ଲଗାଇ ଆତ୍ମହତ୍ୟା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ସାରା ଭାରତ ଲକ୍ ଡାଉନ୍।ଏଭଳି ଜାତୀୟ ବିପର୍ଯ୍ୟୟ ସମୟରେ ମୟୂରଭଂଜ ଜିଲ୍ଲାର ବିଶୋଇ ଥାନାରେ ଦୁଇଟି ଦୁଃଖଦ ଘଟଣା ଘଟିଯାଇଛି ।
ମହାମାରି ‘କରୋନା’ ପାଇଁ ସମଗ୍ର ଭାରତ ଲକ୍ ଡାଉନ୍ ଅଛି ।’କରୋନା’କୁ ରୋକିବ ଏକମାତ୍ର ଅମୋଘ ଅସ୍ତ୍ର ଲକ୍ ଡାଉନ୍ । ପୋଲିସ ତା’ର ଡ୍ୟୁଟି ଶତକଡା ନବେ ଭାଗ ଠିକ୍ କରୁଛି ।ଅବଶ୍ୟ କିଛିଟା ମାତ୍ରାଧିକ କରୁଛି । ବୃହତ୍ତର ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ଆମ ସମସ୍ତଙ୍କୁ ଟିକେ କମ୍ପ୍ରୋମାଇଜ କରିବାକୁ ପଡ଼ିବ ।ଭାରତ ଏକ ବିଶାଳ ଭୂଖଣ୍ଡର ଦେଶ ଜନ ବିସ୍ଫୋରଣ ଦେଶ ।ତଦସହ ଆର୍ଥିକ ଦୃଷ୍ଟିରୁ ପିଛା ଦେଶ ।ଏତେବଡ ମାନବ ସମାଜକୁ ରକ୍ଷା କରିବା ପାଇଁ ଆମ ପାଖରେ ଅର୍ଥବଳ, ଡାକ୍ତରଖାନା, ଡାକ୍ତର,ନର୍ସ, ଔଷଧ ଓ ଔଷଧୀୟ ସାମଗ୍ରୀ ନଗଣ୍ୟ । ତେଣୁ ଆମର ଜୀବନ ରକ୍ଷାର ଦାୟିତ୍ଵ ସରକାର ନିଭାଇଛନ୍ତି ।ଦିର୍ଘ ୨୦ ଦିନରୁ ଉର୍ଦ୍ଧ୍ବ ହେବ ଲକ୍ ଡାଉନ୍ ଯନ୍ତାରେ ଆବାଳ ବୃଦ୍ଧ ବନିତା ରହିଛନ୍ତି ।ଲକ୍ ଡାଉନ ଯେତିକି ଭଲ ତାହାର ପାର୍ଶ୍ଵବର୍ତ୍ତୀ ପ୍ରତିକ୍ରିୟା ମଧ୍ୟ ଦେଖା ଦେଲାଣି । ଲୋକଙ୍କ ପାଖରେ ଅର୍ଥ ସରିଗଲାଣି ।କାମ ଦାମ ବନ୍ଦ । ଆର୍ଥିକ ଅନାଟନରେ କୋଟି କୋଟି ଲୋକ ଗୃହବନ୍ଦୀ ହୋଇ ରହିଛନ୍ତି ।ଘରେ ଘରେ ବାପା ପୁଅ କରି , ସ୍ବାମ ସ୍ତ୍ରୀ ପିଟାମରା କଳି, ପଡୋଶୀ ପଡୋଶୀ ମାରପିଟ୍ ପାରିବାରିକ ହିଂସା ବହୁ ମାତ୍ରାରେ ବୃଦ୍ଧି ପାଇଛି । ଯୁବକମାନେ ଘରେ ଚିଡଚିଡା ହେଉଛନ୍ତି । ପାରିବାରିକ ଶାନ୍ତି ଜାଗାରେ ଅଶାନ୍ତି ମଧ୍ୟ ଦେଖାଦେଇଛି ।ଦିର୍ଘ ଦିନ ହେଲା ଲୋକେ କୁମ୍ଭକର୍ଣ୍ଣ ଭଳିଆ ଅଥର୍ବ ଭଳି ଘରେ ବନ୍ଦୀ ସୋଇ ରହିଛନ୍ତି । କିଛି ଲୋକଙ୍କର କାମଧନ୍ଦା ନ କରିବା ଫଳରେ ସୁସ୍ଥରୁ ଅସୁସ୍ଥ ହୋଇ ପଡିଲେଣି । ମାନସିକ ଶାନ୍ତି ହରାଇ ବସିଲେଣି ।ଘରେ ବସି ବସି ଟୋକାଙ୍କ ଦୁର୍ଦ୍ଦଶା ନ କହିଲେ ଚଳେ ! ଲକ୍ ଡାଉନ ଯୋଗୁଁ ବହୁତ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସି ପାରୁନାହିଁ ।ପ୍ରକାଶ ଥାଉକି ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର ଗ୍ରାମରେ ଅର୍ଜୁନ ବାସ୍କେ (୨୬) ଆର୍ଥିକ ତାଡନା ଏବଂ ପାରିବାରିକ ଗଣ୍ଡଗୋଳ ନେଇ ଶନିବାର ଦିନ ବିଷ ଖାଇ ଆତ୍ମହତ୍ୟା କରିଛି । ପୋଲିସ ରବିବାର ଦିନ ଶବ ବ୍ୟବଚ୍ଛେଦ କରାଇ ପାରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ଏବଂ କେଶ ନଂ ୦୩/୨୦୨୦ ଅପମୃତ୍ୟୁ ମାମଲା ରୁଜୁ କରିଛି ।ସେହିଭଳି ବିଶୋଇ ଥାନା ଅନ୍ତର୍ଗତ ଭାତଛତର ଗ୍ରାମର ୨୫ ବର୍ଷର ଭେଣ୍ଡିଆ ପୁଅ ଲକ୍ଷ୍ମୀଧର ନାଏକ ପାରିବାରିକ ଗଣ୍ଡଗୋଳ ନେଇ ମାନସିକ ସ୍ଥିତି ହରାଇ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛି ପୋଲିସ ରବିବାର ଦିନ ଶବ ବ୍ୟବଚ୍ଛେଦ କରାଇ ଅପମୃତ୍ୟୁ ମାମଲା ରୁଜୁ କରିଛି ।ଲାଗି ଲାଗି ଦୁଇ ଭେଣ୍ଡିଆ ଯୁବକ ମୃତ୍ୟୁ ଘଟଣା ନେଇ ବିଶୋଇ ଅଂଚଳରେ ଶୋକରେ ଛାୟା ଖେଳିଯାଇଛି ।