ବିଶ୍ବ ଋତୁସ୍ରାବ ପରିଚ୍ଛନ୍ନତା ଦିବସରେ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ରାମଗିରି ପଞ୍ଚାୟତ ସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ପଞ୍ଚାୟତର ୧୦ ଅଙ୍ଗନବାଡି କେନ୍ଦ୍ରରୁ ୮୦ ଜଣ ୧୦ ରୁ ୧୯ ବର୍ଷ ମଧ୍ୟରେ ଥିବା କିଶୋରୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ରାମଗିରି ପଞ୍ଚାୟତର ମିଶନ ଶକ୍ତି ଓ ଶିଶୁ ବିକାଶ କର୍ମୀଙ୍କ ସହଯୋଗରେ କିଶୋରୀ ବାଳିକାଙ୍କୁ ଋତୁସ୍ରାବ ସଚେତନତା ବିଷୟରେ ସଚେତନ କରାଯିବା ସହିତ ସେମାନଙ୍କ ମଧ୍ୟରେ ବିଭିନ୍ନ ନାଚ, ଗୀତ, ଖେଳ ଓ ବକ୍ତୃତା ଉପରେ ପ୍ରତିଯୋଗିତା କରାଯାଇଥିଲା। ରାମଗିରି ପଞ୍ଚାୟତ ଏଡବ୍ଲୁଡବ୍ଲୁ ମମତା ମଞ୍ଜରୀ ପଣ୍ଡା ଓ ସ୍ବାଦ୍ ଅନୁଷ୍ଠାନର କର୍ମୀ ନିର୍ମଳା ପଟ୍ଟନାୟକ କାର୍ଯ୍ୟକ୍ରମ ସମ୍ପର୍କରେ କିଶୋରୀଙ୍କୁ ସଂକ୍ଷିପ୍ତ ଭାବରେ ବୁଝାଇଥିଲେ। ଏମବିକେ ଯଶୋଦା ଶବର ଓ ସହକର୍ମୀ ସହଯୋଗ କରିବା ସହିତ ଅନ୍ୟ ସମସ୍ତ ଏଡବ୍ଲୁଡବ୍ଲୁ ମଧ୍ୟ ସହଯୋଗ କରିଥିଲେ I ସ୍ବାଦ୍ ଅନୁଷ୍ଠାନ କର୍ମୀ ନିର୍ମଳା ପଟ୍ଟନାୟକ ରାମଗିରି ପଞ୍ଚାୟତରେ ବାଲ୍ୟ ବିବାହ ବନ୍ଦ କରିବା ପାଇଁ ଶପଥ ପାଠ କରାଇଥିଲେ । ଶେଷରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।


