ବିଶ୍ବ ଏଡସ୍ ଦିବସ ଅବସରରେ ଏଡସ୍ ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର, (ଅନସୂୟା ରାଉତ):ଆଜି ଜଗତସିଂହପୁର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ପରିସରରେ ଏଡସ୍ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଲୋକଙ୍କ ସଚେତନତା ପାଇଁ ଏଡସ୍ ରଥ ଜିଲ୍ଲାର ଆଠଗୋଟି ବ୍ଲକର ବିଭିନ୍ନ ଅଞ୍ଚଳ ବୁଲିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଏବେ ମହାମାରୀ ଦେଶରେ ହ୍ରାସ ପାଇଛି। ତାହାର ମୂଳ କାରଣ ସଚେତନତା। ଏବେ ଯୁବ ପିଢି ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ