ବିଶ୍ଵ କାର୍ଟୁନିଷ୍ଟ ଦିବସ ଉପଲକ୍ଷେ ଓଡ଼ିଶା କାର୍ଟୁନ୍ ଏକାଡେମୀର ୨ୟ କାର୍ଟୁନ୍ ପ୍ରଦର୍ଶନୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କାର୍ଟୁନିଷ୍ଟ ଦେଓଙ୍କୁ ଜୀବନବ୍ୟାପୀ ସାଧନା ସମ୍ବର୍ଦ୍ଧନା ଓଡ଼ିଶାର ୧୮ ଜଣ ବିଶିଷ୍ଟ କାର୍ଟୁନିଷ୍ଟ ନେଇ ୨୦୦ରୁ ବ୍ୟଙ୍ଗ ଚିତ୍ର ପ୍ରଦର୍ଶିତ ଗଜପତି: ବିଶ୍ଵ କାର୍ଟୁନିଷ୍ଟ ଦିବସ ଉପଲକ୍ଷେ ଓଡ଼ିଶା କାର୍ଟୁନ ଏକାଡେମୀ ଦ୍ୱାରା ବିଶ୍ବ କାର୍ଟୁନିଷ୍ଟ ଦିବସ ନୀଳାଦ୍ରି ବିହାରସ୍ଥ ବୁଦ୍ଧ ଆର୍ଟ ଗ୍ୟାଲେରୀ ରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କଟକ ଭୁବନେଶ୍ୱର ପୋଲିସ କମିଶନର ଶ୍ରୀ ଯୁକ୍ତ ଏସ୍ କେ ପ୍ରିୟଦର୍ଶୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରି ଓଡ଼ିଆ କାର୍ଟୁନିଷ୍ଟମାନଙ୍କୁ ପ୍ରଶଂସା କରୁଥିଲେ । ଏକାଡେମୀର ସଭାପତି ବିଶିଷ୍ଟ କାର୍ଟୁନିଷ୍ଟ କମଳାକାନ୍ତ ରଥ ସଭାପତିତ୍ବ କରିଥିବା ବେଳେ ଉପସଭାପତି ଶିଳ୍ପୀ କେଶୁଦାସ ଅତିଥି ପରିଚୟ ଓ ପ୍ରାକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ବ୍ୟକ୍ତା ଭାବରେ ଢେଙ୍କାନାଳ ଆଇଆଇଏମସିର ଅଧ୍ୟକ୍ଷ ମୃନାଲ ଚାଟାର୍ଜୀ ଯୋଗ ଦେଇଥିବା ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ଓ ସମ୍ବିଦ ସାହୁ ଯୋଗ ଦେଇଥିଲେ । ଏକାଡେମୀ ର ସଂପାଦକ ଦେବାଶିଷ ସିଂ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଓଡ଼ିଶାର ବରିଷ୍ଠ କାର୍ଟୁନିଷ୍ଟ ସୁଧାଂଶୁ ଦେଓଙ୍କୁ ଜୀବନବ୍ୟାପୀ କାର୍ଟୁନ୍ ସାଧନା ପାଇଁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ରାଜ୍ୟ ସ୍ତରୀୟ କାର୍ଟୁନ୍ ପ୍ରଦର୍ଶନୀ ରେ ଓଡ଼ିଶାର ୧୮ ଜଣ ବିଶିଷ୍ଟ ବ୍ୟଙ୍ଗ ଚିତ୍ରଶିଳ୍ପୀ ଅଂଶ ଗ୍ରହଣ କରି ସାମାଜିକ, ରାଜନୈତିକ, ପାରିପାର୍ଶ୍ବିକ, ଆନ୍ତର୍ଜାତିକ ଆକର୍ଷଣୀୟ ଓ ସମାଲୋଚନା ମୂଳକ ୨୦୦ରୁ ଊର୍ଦ୍ଧ୍ବ ବ୍ୟଙ୍ଗ ଚିତ୍ର ପ୍ରଦର୍ଶିତ ହୋଇଥିଲା । ପ୍ରଦର୍ଶନୀ ରେ ସୁଧାଂଶୁ ଦେଓ ସମେତ ପରେଶ ନାଥ, ଜ୍ଞାନ ରଥ, ଅଶ୍ବିନୀ-ଅବନୀ, ଶିଳ୍ପୀ କେଶୁଦାସ, କେକେ ରଥ, ଦେବାଶିଷ ସିଂ, ନନ୍ଦେଷୁ, ଉତ୍କଳ ଗୌରବ, ଚୁଡ଼ାମଣି ଦାସ, ପ୍ରଦ୍ୟୁମ୍ନ ନାଟୁଆ, ସୁଦାମ ଶେଖର, ଶେଖର ରାଓ, ପ୍ରଶାନ୍ତ ମାଝି, ପ୍ରଶାନ୍ତ ମହାକୁଡ଼, ବିବେକ ଦାସ, ଶିବ ନାରାୟଣ, ସୁନାରାମ ସିଂ ପ୍ରମୁଖଙ୍କ ବ୍ୟଙ୍ଗଚିତ୍ର ପ୍ରଦର୍ଶିତ ହୋଇଥିବା ବେଳେ ଏହା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଖୋଲା ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ