ବିଶ୍ୱକପର ଆଜି ହାଇଭୋଲଟେଜ ମ୍ୟାଚ , ଅଷ୍ଟ୍ରେଲିଆକୁ ଭେଟିବ ଇଂଲଣ୍ଡ

ୱାର୍ଲ୍ଡ କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସ ଗ୍ରାଉଣ୍ଡରେ ଆଜି ବିଶ୍ୱକପର ଆୟୋଜକ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ହାଇଭୋଲଟେଜ ମ୍ୟାଚ । ଏହି ମ୍ୟାଚରେ ଇଂଲଣ୍ଡର କ୍ୟାପଟେନ ଇଆନ ମୋର୍ଗାନ୍ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଛନ୍ତି । ଆମନ୍ତ୍ରଣ ପାଇ ବ୍ୟାଟିଂ କରୁିଥିବା ଅଷ୍ଟ୍ରେଲିଆ ଫର୍ମରେ ଥିବା ଦୁଇ ଓପନର ଆରୌନ୍ ଫିନ୍ସ ଓ ଡେଭିଡ ୱାରର୍ଣ୍ଣର ଦଳକୁ ଭଲ ଷ୍ଟାର୍ଟ ଦେଇଛନ୍ତି । ସୁଚନାନୁସାରେ , ଇଂଲଣ୍ଡ ତା ଦଳରେ କଣସି ପରିବର୍ତ୍ତନ କରିନଥିବାବେଳେ ଷ୍ଟ୍ରେଲିଆ ତାର ଚୁଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି ।


