ନକଲି ଡାକ୍ତର ଗିରଫ

ଯାଜପୁର , (ଯୁଗାବ୍ଦ ନ୍ୟୁଜ୍) : ଯାଜପୁର ଜିଲ୍ଲା ବଡଚଣା ହସପିଟାଲରେ ଅଭାବନୀୟ ଘଟଣା । ୨୧ ତାରିଖ ରାତିରେ ଗାଇନିଂଗ ୱାର୍ଡରେ ଜଣେ ଯୁବକ ପଶି ସେ ନିଜକୁ ଡାକ୍ତରଙ୍କ ପରିଚୟ ବୋଲି ପରିଚୟ ଦେଇଥିଲା । ସ୍ଥାନୀୟ ଲୋକମାନଙ୍କର ସଂନ୍ଦେହ ଅନୁଭୂତ ହେବାରୁ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନକଲି ଡାକ୍ତରଙ୍କୁ ଗିରଫ କରିଛି । ଗିରଫ ନକଲି ଡାକ୍ତର ଜଣକ ହେଲେ ବଡଚଣା ଥାନା କଡେଇ ଗ୍ରାମର ନିହାର ରଞ୍ଜନ ସାମଲ ବୋଲି ଜଣାପଡିଛି । ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ