ବିଶ୍ୱକର୍ମା, ଗଣେଶ ମୂର୍ତ୍ତି ନିର୍ମାଣ ରେ ନିମଗ୍ନ କାରିଗର
କୁଚିଣ୍ଡା, (ନୃପଲାଲ ଦେବ):ପାର୍ବଣ ଋତୁ ର ଆଗମନ ରେ ଉତ୍ସବ ମୁଖର ହେବାକୁ ଯାଉଛି ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ l ଚଳିତ ସେପ୍ଟେମ୍ବର ୧୭,ତାରିଖ ରେ ବିଶ୍ୱକର୍ମା ପୂଜା ରହିଥିବା ବେଳେ୧୯ ତାରିଖ ରେ ପୂଜା ପାଇବେ ପ୍ରଭୁ ଗଣେଶ l ଯାହାକୁ ନେଇ କୁଚିଣ୍ଡା ଅଞ୍ଚଳ ରେ ବିଶ୍ୱକର୍ମା ଏବଂ ଗଣେଶ ମୂର୍ତ୍ତି ନିର୍ମାଣ ରେ ଲାଗିପଡିଛନ୍ତି ନିମଗ୍ନ କାରିଗର l ଏପରିକି କାରିଗର ମାନେ ଦିନ ରାତି ଏକ କରି ଛୋଟ ବଡ ବିଶ୍ୱକର୍ମା ଏବଂ ଗଣେଶ ମୂର୍ତ୍ତି ନିର୍ମାଣ ରେ ବ୍ୟସ୍ତ ହୋଇପଡିଛନ୍ତି l ପରମ୍ପରା ଅନୁଯାଇ ବିଶ୍ୱକର୍ମା ପୂଜା ଇଲେକ୍ଟ୍ରି ଦୋକାନ, ଗେରେଜ, ଯାନବାହାନ ସୋ ରୁମ ବସ ଓ ବିଭିର୍ନ ଗାଡି ମାନଙ୍କ ରେ ପୂଜାର୍ଚନା କରା ଯାଇଥାଏ ସେହିଭଳି ଗଣେଶ ପୂଜାକୁ ଶିକ୍ଷାଅନୁଷ୍ଠାନ, ଅଫିସ କାର୍ଯ୍ୟାଳୟ, ସହର ବା ଗାଁ ମଧ୍ୟରେ, ଘରେ ଘରେ ମହା ଆଡମ୍ବର ସହିତ ପୂଜାର୍ଚନା କରିଥାନ୍ତି l ଯାହାକୁ ନେଇ ମୂର୍ତ୍ତି ର ଚାହିଦା ବେଶ ପ୍ରଭାବିତ ରହିଥିବା ବେଳେ ଅନେକ ଶିଳ୍ପୀ ଏହି ମାଟି ମୂର୍ତ୍ତି ବିକ୍ରିକରି ବେଶ ଅର୍ଥ ଉପାର୍ଜନ କରିଥାନ୍ତି l କୁଚିଣ୍ଡା ସହର ର ବିଭିର୍ନ ସ୍ଥାନ ରେ ମୂର୍ତ୍ତି ନିର୍ମାଣ ଚାଲିଥିବା ବେଳେ ବର୍ତ୍ତମାନ ଗଢ଼ଣ କାର୍ଯ୍ୟା ମଧ୍ୟ ଶେଷ ପର୍ଯ୍ୟାୟ ରେ ପହଞ୍ଚିଥିବା ଜଣା ପଡିଛି l ପ୍ରାୟ ସମସ୍ତ ନିର୍ମାଣ ଅନୁଷ୍ଠାନ ରେ ପ୍ରାୟ ୪ରୁ ୫ ଜଣା କାରିଗର ନିୟୋଜିତ ରହି ସହଯୋଗ କରୁଥିବା ବେଳେ ମାଟି ଓ ଅନ୍ୟ ପଦାର୍ଥ ରେ ନିର୍ମାଣ ସୁନ୍ଦର ସୁନ୍ଦର ମୂର୍ତ୍ତି କରାଯାଉଥିବା କାରିଗର ମାନେ କରିଛନ୍ତି l ତେବେ ବଜାର ରେ ବିଶ୍ୱକର୍ମା ଏବଂ ଗଣେଶ ମୂର୍ତ୍ତି ୩୦୦ ଟଙ୍କା ରୁ ଆରମ୍ଭ କରି ୨୫୦୦୦ଟଙ୍କା ରହିଥିବା କାରିଗର ଦୂରବିନ୍ଦର ରଣା, ହେମନ୍ତ ରଣା, ବବି ରଣା କହିଥିବା ବେଳେ ମୂର୍ତ୍ତିଭିତରେ ରେ ବ୍ୟବହାର କରାଯାଉଥିବା କାଠ ଫ୍ରେମ, ରଙ୍ଗ ର ଦର ଅଧିକ ଥିବାରୁ ଲାଭ ସନ୍ତୋଷ ଜନକ ନୁହେ ବୋଲି କାରିଗର ସିଦ୍ଧାନ୍ତ ରଣା, କହିଛନ୍ତି