ବିଶ୍ୱକର୍ମା ସମାଜର ବୈଠକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୋୖରାଞ୍ଚଳ ବୈକୁଣ୍ଠ ନଗରରେ ପ୍ରତିଷ୍ଠିତ ଶ୍ରୀ ସାଇବାବାଙ୍କ ମନ୍ଦିର ପରିସରରେ ମଙ୍ଗଳବାର ବିଶ୍ୱକର୍ମା ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଛି। ଗଞ୍ଜାମ ଜିଲ୍ଲା ବିଶ୍ୱକର୍ମା ସମାଜ ସଭାପତି ଅଜୟ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଗଞ୍ଜାମ ଜିଲ୍ଲା ବିଶ୍ୱକର୍ମା ସମାଜ, ଦଶ ତାଲୁକା ବିଶ୍ୱକର୍ମା ସମାଜ ଓ ନିଖିଳ ଉତ୍କଳ ବିଶ୍ୱକର୍ମା ସମାଜର ରାଜଶ୍ରୀ ବୃନ୍ଦ ଓ କୁଳ ଭାଇ ମାନେ ଯୋଗ ଦେଇଥିଲେ।ବୈଠକରେ ସଭାପତି ଶ୍ରୀ ମହାରଣା ଦକ୍ଷିଣ ଓଡ଼ିଶା ବିଶ୍ୱକର୍ମା ସମାଜ(ବଢ଼େଇ କୂଳ)ସଂଗଠନର ନୀତିନିୟମ ଓ ମନମୁଖୀ କାର୍ଯ୍ୟକଳାପ ସମାଜରେ କୁପ୍ରଭାବ ପକାଇବା ସହ ବିଶୃଙ୍ଖଳା ସୃଷ୍ଟି ହେଉଥିବା ନେଇ ଏକ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଥିଲା।ପୂର୍ବରୁ ସଂଗଠିତ ଓ ଏକକ ଭାବେ ପରିଗଣିତ ହେଉଥିବା ସମାଜ ଆଜି କାହା ଇଙ୍ଗିତରେ ଏବଂ କେଉଁ ବୃହତ ସ୍ୱାର୍ଥ ହାସଲ ଉଦ୍ଦେଶ୍ୟରେ ଭାଗ ଭାଗ କରାଯାଇଛି ବୋଲି ଉପସ୍ଥିତ ଭାଇ ମାନେ ବିଷୋଦଗାର କରି ଅସନ୍ତୋଷ ପ୍ରକାଶ କରିଥିଲେ।ଏଥି ସହିତ ସମସ୍ତ ତାଲୁକାର ସହମତି ନ ଥାଇ ଏବଂ ସମାଜ ବିରୋଧୀ କାର୍ଯ୍ୟ ସ୍ୱରୂପ ଦକ୍ଷିଣ ଓଡ଼ିଶା ବିଶ୍ୱକର୍ମା ସମାଜ(ବଢ଼େଇ କୂଳ)ଘୋଷଣା କରାଯିବା ନେଇ ଦୃଢ଼ ନିନ୍ଦା କରା ଯାଇଥିଲା । ଯଦି ଏଥିରେ କୌଣସି ସୁଧାର ନ ଆସେ ତେବେ ଭବିଷ୍ୟତରେ ଆଇନର ଆଶ୍ରୟ ନେବା ପାଇଁ ସହମତି ପ୍ରକାଶ ପାଇଥିଲା।ବୈଠକରେ ସଭାପତି କୈଳାସ ମହାରଣା,ରାଜଶ୍ରୀ ଗୋବିନ୍ଦ ମହାରଣା, କୋଷାଧ୍ୟକ୍ଷ ଚନ୍ଦ୍ର ଶେଖର ମହାରଣା,ଚିତ୍ତ ରଞ୍ଜନ ମହାରଣା,ସାଇବାବା ମନ୍ଦିର ପ୍ରତିଷ୍ଠାତା ଦୁଃଖୀଶ୍ୟାମ ମହାରଣା, ପ୍ରମୋଦ ମହାରଣା, ସୁଶାନ୍ତ ମହାରଣା,ରାଜଶ୍ରୀ ପଦ୍ମଚରଣ ମହାରଣା,କୃଷ୍ଣଚନ୍ଦ୍ର ମହାରଣା, ଉପେନ୍ଦ୍ର ମହାରଣା, ସନ୍ୟାସୀ ମହାରଣା, ବାବୁ ମହାରଣା, ଗୌରାଙ୍ଗ ମହାରଣା, ଚନ୍ଦ୍ର ଶେଖର ମହାରଣା,ତ୍ରିନାଥ ମହାରଣାଙ୍କ ସମେତ କୂଳଭାଇ ମାନେ ଉପସ୍ଥିତ ଥିଲେ।ବୈଠକରେ ପ୍ରାୟ ୨୦ ଟି ତାଲିକାର ରାଜଶ୍ରୀ ବୃନ୍ଦ ଓ କର୍ମକର୍ତ୍ତା ଗଣ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ