ଆନ୍ତଃରାଜ୍ୟ ବାଣିଜ୍ୟ ମାଧ୍ୟମରେ ୩୦ କୁଇଣ୍ଟାଲ କଞ୍ଚା କାଜୁ ବିକ୍ରି
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ପରିଚାଳିତ ଇ-ନାମ ମଣ୍ଡି ଏବଂ ନୟାଗଡ଼ କୃଷକ ବଜାର ଅଧିନ ବାହାଡାଝୋଲା ଇ-ନାମ ମଣ୍ଡିରେ ମଙ୍ଗଳବାର ଓ ବୁଧବାର ୨ ଦିନ ଧରି କିଲୋ ପ୍ରତି ୧ ଶହ ଟଙ୍କା ଦରରେ ୩୦ କୁଇଣ୍ଟାଲ କଞ୍ଚା କାଜୁ ବିକ୍ରୟ କରାଯାଇଛି।ସ୍ଥାନୀୟ ସହରର ବ୍ୟବସାୟୀ ପ୍ରକାଶ ଚନ୍ଦ୍ର ପଣ୍ଡା ଇ-ନାମ ଯୋଜନାରେ ଆନ୍ତଃ ରାଜ୍ୟ ବିକ୍ରି ମାଧ୍ୟମରେ କଞ୍ଚା କାଜୁ କ୍ରୟ କରିଛନ୍ତି।ବାହାଡ଼ା ଝୋଲା ଆରଏମସିର ମଣ୍ଡି ବିଶ୍ଲେଷକ ସଞ୍ଜୟ କୁମାର ସାହାଣୀ,ଶିବରାମ ସାମନ୍ତରାୟ,ସଞ୍ଜୟ ସ୍ୱାଇଁ,ଦୁର୍ଗା ସ୍ୱାଇଁ,ପ୍ରଦୀପ ସେନାପତି, ପ୍ରଭାତ ମହାନ୍ତି ଓ ହିଞ୍ଜିଳିକାଟୁ ଆରଏମସି ସମ୍ପାଦକ ବିନାୟକ ବିଶ୍ୱାଳ,ମଣ୍ଡି ବିଶ୍ଲେଷକ ବିଧୁ ଭୂଷଣ ପୋଲେଇ,ନୋଡାଲ ଅଧିକାରୀ ପବିତ୍ର କୁମାର ସାହୁଙ୍କ ସମେତ ନୟାଗଡ଼ ଗୋପାଳପୁର ଏଫପିଓ ରୁ ରତ୍ନାକର ନିଶଙ୍କ,ରତ୍ନାକର ଦାଲୁ ଓବିରଞ୍ଚି ନାରାୟଣ ଦଳ ବେହେରା ଆନ୍ତଃରାଜ୍ୟ କାରବାର ସମ୍ପାଦନ କରିଥିଲେ।ଏହି ଇ-ନାମ ବଜାର ଜରିଆରେ କୃଷକ ଭାଇ ମାନେ ଅନ୍ତର୍ଭୁକ୍ତ ହୋଇ କୃଷିଜାତ ଦ୍ରବ୍ୟବିକ୍ରି କଲେ ଅଧିକ ଲାଭବାନ ହେବେ ବୋଲି ବ୍ୟବସାୟୀ ମାନେ କହିଛନ୍ତି।


