ବିଶ୍ୱତାରିଣୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ
ହାଟଡ଼ିହି, (ବିକାଶ ବିଶ୍ୱାଳ):ବିଶ୍ୱତାରିଣୀ ମହିଳା ଉଚ୍ଚ ମରାଧ୍ୟମିକ ବିଦ୍ୟାଳୟ ଛେନାପଦିରେ ଅନୁଷ୍ଠିତ ହେବାକୁ ଥବବା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଉଷାରାଣୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା କାର୍ଯ୍ୟକ୍ରମ ଦ୍ୱାରା ପରିଚାଳିତ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ସଫଳ କରିବା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଆସନ୍ତା ୬ତାରିଖ ଦିନ ଏହାର ଉଦଘାଟନ ଉତ୍ସବ ଅନୁଷ୍ଠିତ କରିବା ସହିତ ଏଥିରେ ମୁଖ୍ୟଅତିଥି ଭାବେ ଆନନ୍ଦପୁର ଉପଜିଲ୍ଲାପାଳ ଚିତ୍ତ ରଞ୍ଜନ ମହାନ୍ତ, ସମ୍ମାନୀତ ଅତିଥି ଭାବେ ହାଟଡିହି ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ତହସିଲଦାର ହାବିଲ ଖାଖା, ଜିଲ୍ଲାପରିଷଦ ସୁକାନ୍ତୀ ଯେନା, ଶାସଙ୍ଗ ସରପଞ୍ଚ ମଧୁମିତା ସ୍ୱାଇଁ, ସମିତିସଭ୍ୟ ଜଗଦାନନ୍ଦ ଯେନା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିତର ହୋଇଥିବାବେଳେ ଏଥିରେ କ୍ରୀଡା, ସଂସ୍କୃତିକ କାର୍ଯ୍ୟକ୍ରମ ଓ ସାମାଜିକ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରତିଯୋଗୀତା ମାନ ଆୟୋଜନ କରିବାକୁ ନିଷ୍ପତି ହୋଇଥିବା ସଂଯୋଜକ ପ୍ରଧ୍ୟାପକ ହିମାଶୁଂ ମିଶ୍ର ସୁଚନା ଦେଇଛନ୍ତି ।