ବିଶ୍ୱବିଦ୍ୟାଳୟରେ ହେବ କୋଭିଡ-୧୯ ସେଲ

ଭୁବନେଶ୍ୱର: ଦେଶର ସମସ୍ତ ବିଶ୍ୱବିଦ୍ୟାଳୟରେ ହେବ ‘କୋଭିଡ-୧୯’ ସେଲ । ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ଏଭଳି ନିର୍ଦ୍ଦେଶ ଦେଇଛି । ଅପରପକ୍ଷେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବା ରାଜ୍ୟରେ ଜୁଲାଇରୁ ଆରମ୍ଭ ହେବ ଟର୍ମିନାଲ ସେମିଷ୍ଟାର । ସେହିପରି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଅଗଷ୍ଟରୁ ପାଠପଢ଼ା ଆରମ୍ଭ ହେବ । ବିଶ୍ୱବିଦ୍ୟାଳୟ ଗୁଡିକରେ ପାଠପଢ଼ା ତଥା ପରୀକ୍ଷା ପରିଚାଳନା ପାଇଁ ଗାଇଡଲାଇନ ଜାରି କରିଛି ୟୁଜିସି । ବୁଧବାର ୟୁଜିସି ପକ୍ଷରୁ ସୂଚନା ଦିଆଯାଇଛି ଯେ ଟର୍ମିନାଲ ସେମିଷ୍ଟାର ପରୀକ୍ଷା ଜୁଲାଇରେ ଅନୁଷ୍ଠିତ ହେବ । ତେବେ ଏ ବାବଦରେ ଚୂଡାନ୍ତ ନିଷ୍ପତ୍ତି ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହୋଇଥିବା ‘କୋଭିଡ-୧୯ ସେଲ’ ନିଷ୍ପତ୍ତି ହେବ । ସେହିପରି ଏକାଡେମିକ କ୍ୟାଲେଣ୍ଡର ଏବଂ ପରୀକ୍ଷା ସହ ଜଡ଼ିତ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ ଏହି କମିଟି ନିଷ୍ପତ୍ତି ନେବ । ମଧ୍ୟବର୍ତ୍ତୀ ସେମିଷ୍ଟାର ଛାତ୍ରମାନେ ବର୍ତ୍ତମାନ ଏବଂ ପୂର୍ବ ସେମିଷ୍ଟାରର ଆଭ୍ୟନ୍ତରୀଣ ମୂଲ୍ୟାୟନ ଉପରେ ଆଧାର କରି ଗ୍ରେଡ଼ ଦେବେ । ଯେଉଁ ରାଜ୍ୟଗୁଡ଼ିକରେ କରୋନା ପରିସ୍ଥିତି ସ୍ୱାଭାବିକ ହେଉଛି, ସେଠାରେ ଜୁଲାଇରେ ପରୀକ୍ଷା ହେବ । ସ୍ଥିତିକୁ ଦେଖି ବିଶ୍ୱ ବିଦ୍ୟାଳୟଗୁଡ଼ିକ ନିଜସ୍ୱ କାର୍ଯ୍ୟ ଯୋଜନା ଚାର୍ଟ ପ୍ରସ୍ତୁତ କରିବେ । ଅଗଷ୍ଟରେ ବିଶ୍ୱ ବିଦ୍ୟାଳୟ ଗୁଡ଼ିକ ଖୋଲିବା ସହିତ ନୂଆ ଛାତ୍ରମାନଙ୍କ ପାଇଁ ଏକାଡେମିକ ଅଧିବେଶନ ସେପ୍ଟେମ୍ବରରୁ ଆରମ୍ଭ ହେବ ବୋଲି ୟୁଜିସି ସୁପାରିଶ କରିଛି । ଏମଫିଲ ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ଅଧିକ ୬ ମାସର ସୁଯୋଗ ଦିଆଯିବ । ସେମାନଙ୍କ ମୌଖିକ ପରୀକ୍ଷା ବା ଭାଇବା ଭୋସ ଭିଡିଓ କନଫରେନ୍ସିଂରେ କରି ହେବ । ବିଶ୍ୱବିଦ୍ୟାଳୟଗୁଡ଼ିକ ସପ୍ତାହରେ ୬ ଦିନ ପାଠପଢ଼ା ଓ ଗବେଷଣା କରିପାରିବେ ବୋଲି ୟୁଜିସି କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ