ବିଶ୍ୱଭୂଷଣ ପାଇକ ଜାତିର କୂଳତିଳକ : ପାଇକ ମହାସଂଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ବିଶ୍ୱଭୂଷଣ ହରିଚନ୍ଦନ ପାଇକ ଜାତିର କୂଳତିଳକ ବୋଲି ପ୍ରକାଶ କରିଛନ୍ତି ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ । ଆଜି ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ନବ ନିଯୁକ୍ତ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ତାଙ୍କ ବାସଭବନରେ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଖଣ୍ଡା, ତଲବାରୀ, ଢାଲ ଓ ବୀର ବାଦ୍ୟ ତାଳେ ତାଳେ ପାଇକ ବାହିନୀ ସମରକଳା ପ୍ରଦର୍ଶନ କରି ବୀର ସଲାମୀ ପ୍ରଦାନ କରିଥିଲେ । ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ ତରବାରୀ ମାଧ୍ୟମରେ ଅଭିନନ୍ଦନ ଜ୍ଞାପନ କରିଥିଲେ । ଆନ୍ଧ୍ରପ୍ରଦେଶର ସମରକଳା ଓ ଓଡ଼ିଶାର ସମରକଳା ପାଇକ ଆଖଡ଼ା କିଭଳି ଆନ୍ଧ୍ରପ୍ରଦେଶରେ ପ୍ରସାର ଲାଭ କରିବ ଏବଂ ଆନ୍ଧ୍ରପ୍ରଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏହି ପାଇକ ଆଖଡ଼ା କିଭଳି ସ୍ଥାନ ପାଇବ ସେ ଦିଗରେ ପ୍ରୟାସ କରିବାକୁ ରାଜ୍ୟସଭାପତି ଅଶୋକ କୁମାର ପାଲଟାସିଂହ ଶ୍ରୀଯୁକ୍ତ ହରିଚନ୍ଦନଙ୍କୁ ନିବେଦନ କରିଥିଲେ । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଓ ୨୦୦ ବର୍ଷ ପୂର୍ତ୍ତି ପାଳନ କରିବା ସହିତ ପାଇକମାନଙ୍କର ଉନ୍ନତି ଓ ପାଇକମାନଙ୍କର ପୁନରୁଦ୍ଧାର ଦିଗରେ ବିଶ୍ୱଭୂଷଣଙ୍କ ଅବଦାନ ଅତୁଳନୀୟ । ଆଜିର ଏହି ଅଭିନନ୍ଦନ କାର୍ଯ୍ୟକ୍ରମରେ ପାଇକ ମହାସଂଘର ମହାସଚିବ ସର୍ଦ୍ଦାର ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସାମନ୍ତରାୟ, ରାଜ୍ୟ କୋଷାଧ୍ୟକ୍ଷ ବାଣପୁର ପାଇକ ସର୍ଦ୍ଦାର ରଞ୍ଜନ ବଳିୟାରସିଂହ, ରାଜ୍ୟ ଉପଦେଷ୍ଟା ଭୀମସନେ ବିଶ୍ୱାଳ, ବିଶିଷ୍ଟ ସମାଜସେବୀ ଲେଖକ ବିଭୂତି ଭୂଷଣ ସ୍ୱାଇଁ, ପାଇକଗୁରୁ ଭାସ୍କର ସୁନ୍ଦରାୟ, ବଡ଼ମ୍ବା ପାଇକ ସର୍ଦ୍ଦାର ଜିତେନ୍ଦ୍ରିୟ ମାନସିଂହ, ପୁରୀ ଦଳବେହେରା ମନୋରଞ୍ଜନ ପଶ୍ଚିମକବାଟ, କଟକ ଜିଲ୍ଲା ସଭାପତି ରାଜକିଶୋର ବେହେରା ପ୍ରମୁଖ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ