କମ୍ପୁଟର ହାର୍ଡ଼ୱେର ପ୍ରଶିକ୍ଷଣ କାର୍ଯ୍ୟକ୍ରମ
(ଯୁଗାବ୍ଦ ନ୍ୟୁଜ) ବିଶ୍ୱସ୍ତରୀୟ ରୋଜଗାର ବଜାରରେ କମ୍ପୁଟର ପ୍ରୟୋଗ ର ବହୁଳ ବ୍ୟବହାର ଚାହିଦାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ କ୍ୟାରିଅର ସର୍ଭିସ ସେଣ୍ଟର , ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ପକ୍ଷରୁ ତଫସିଲଭୁକ୍ତ ଜାତି ଓ ଉପଜାତିର ଛାତ୍ରଛାତ୍ରୀମାନଙ୍କୁ ଅଗଷ୍ଟ ୨୦୧୯ ପହିଲାରୁ “ଓ” ଲେବଲ ହାର୍ଡ଼ୱେର ପାଠ୍ୟକ୍ରମ ଉପରେ ୧ ବର୍ଷ ପାଇଁ ନିଃଶୁଳ୍କ ତଥା ଛାତ୍ରବୃତ୍ତି ଯୁକ୍ତ ରୋଜଗାର ପ୍ରଶିକ୍ଷଣ ପ୍ରଦାନ କରିବା ନିମନ୍ତେ ଏକ ପ୍ରସ୍ତାବ ରହିଛି । ପ୍ରାର୍ଥୀଙ୍କର ପରିବାରର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ । କମ୍ପ୍ୟୁଟର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨/ITI/Diploma/Graduation କିମ୍ବା ତଦୁର୍ଦ୍ଧ ଏବଂ ସେମାନଙ୍କର ବୟସ ୩୧ ଜୁଲାଇ ୨୦୧୯ ସୁଦ୍ଧା ୧୮ ରୁ ୩୦ ବର୍ଷ ହୋଇଥିବା ଆବଶ୍ୟକ ।
ସଂପୂର୍ଣ୍ଣଭାବେ ପୁରଣ କରାଯାଇଥିବା ଦରଖାସ୍ତ ଫର୍ମ ସହିତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା, ମାର୍କ ସିଟ , ଜାତି ପ୍ରମାଣ ପତ୍ର ଏବଂ ଆଧାର କାର୍ଡ ତଥା ଏମ୍ପ୍ଲୋୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟ୍ରେସନ କାର୍ଡ ର ଫଟୋ କପି ଏବଂ ଦୁଇଟି ପାସପୋର୍ଟ ସାଇଜ ଫଟୋ ସଂଲଗ୍ନ କରି ଆବେଦନ କରିବାକୁ ପଡିବ । ଏକ ସାକ୍ଷାତକାର କମିଟି ଦ୍ୱାରା ମନୋନୀତ ହୋଇଥିବା ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣରେ ଯୋଗଦେବା ପରେ ମାସିକ ୧୦୦୦ ଟଙ୍କା ଛାତ୍ର ଵୃତ୍ତି ଏବଂ ମୁକ୍ତ ପାଠ୍ୟଉପକରଣ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ସାକ୍ଷାତକାର କମିଟି ଦ୍ୱାରା ମନୋନୀତ ହୋଇଥିବା ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ଯେ କୌଣସି ଗୋଟିଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନାମାଙ୍କନ କରିପାରିବେ । ୨୦୧୮- ୧୯ ମସିହାରେ କେନ୍ଦ୍ରଦ୍ୱାରା ପରିଚାଳିତ ଯେ କୌଣସି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଶିକ୍ଷିତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଚଳିତ ୨୦୧୯- ୨୦ ମସିହାରେ ପରିଚାଳିତ ତିନିଗୋଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗନେବାର ସୁଯୋଗ ମିଳିବ ନାହିଁ I
ଏହି ପ୍ରଶିକ୍ଷଣ ସମ୍ବଧୀୟ ସବିଶେଷ ବିବରଣୀ ପ୍ରାପ୍ତ କରିବା ନିମନ୍ତେ ଉପ-କ୍ଷେତ୍ରୀୟ ରୋଜଗାର ଅଧିକାରୀ ଙ୍କ ସହ ଟେଲିଫୋନ ତଥା ବ୍ୟକ୍ତିଗତ ଭାବେ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଉଛି ।
ସାକ୍ଷାତକାର କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଯାତାୟତ ତଥା କୌଣସି ଦୈନିକ ଭତ୍ତା ଦେବାର ବ୍ୟବସ୍ଥା ନାହିଁ।


