ବିଶ୍ୱର କେତେକ ବିପଦସଙ୍କୁଳ ପୋଲ

ଅନେକ ଅଜବ ଜିନିଷ ରହିଛି ଯାହା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ । ତେବେ ବିଶ୍ୱରେ ଏଭଳି କିଛି ବିପଦପୂର୍ଣ୍ଣ ପୋଲ ରହିଛି, ଯେଉଁଠାକୁ ଯିବା ପୂର୍ବରୁ ଜଣେ ଦଶ ଥର ଚିନ୍ତା କରିବ । ଲୋକଙ୍କୁ ଡରାଇବା ଲାଗି ଏଗୁଡ଼ିକ ନିର୍ମାଣ କରାଯାଇଛି ବୋଲି ମନେହୁଏ । ଚାଇନାର ଜାହାଗିଞ୍ଜାଜିରେ ୧୦୦ ମିଟର ଲମ୍ବର ଏକ ପୋଲ ଅଛି, ଯାହା ସ୍ୱଚ୍ଛ କାଚରେ ନିର୍ମାଣ କରାଯାଇଛି । ଏହି ପୋଲର ଦୁଇ ପାଶ୍ୱର୍ରେ ପାହାଡ଼ ରହିଥିବାବେଳେ ପୋଲ ଉପରୁ ତଳକୁ ଚାହିଁଲେ ୩୦୦ ମିଟର ଗଭୀର ଖାଇ ଦେଖାଯାଇଥାଏ । ଏହି ପୋଲକୁ ଅତିକ୍ରମ କରିବାକୁ ଅନେକଙ୍କୁ ଡର ଲାଗିଥାଏ । ସେହିପରି ଅନ୍ୟ ଏକ ବିପଦସଙ୍କୁଳ ପୋଲ ହେଉଛି ଜାପାନର ଏସିମା ଓହାସି । ଗାଡ଼ି ଚଲାଇବାରେ ଦୁର୍ବଳ ଲୋକ ଏହି ପୋଲରେ ଯିବା ଉଚିତ ନୁହେଁ ବୋଲି କୁହାଯାଏ । କାରଣ ଦୁର୍ଘଟଣା ହେବା ନିଶ୍ଚିିତ । ଫ୍ରାନ୍ସର ମିଲାଉ ବ୍ୟାଡକ୍ଟ ପୋଲ ହେଉଛି ବିଶ୍ୱର ଦ୍ୱିତୀୟ ଉଚ୍ଚତମ ପୋଲ । ଏହି ପୋଲରୁ ତଳକୁ ଚାହିଁଲେ ଷ୍ଟ୍ରୋକ ଆସିବାର ସମ୍ଭାବନା ଥାଏ । ସେହିପରି ଅନ୍ୟ ଏକ ପୋଲ ହେଉଛି ଆମେରିକାର ସସ୍ପେନ୍ସିୟସ ପୋଲ । ଯାହାକୁ ଅତିକ୍ରମ କରିବା ଲାଗି ୧୦ ଥର ଭାବିବାକୁ ପଡିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ