ବିଶ୍ୱର ଦୀର୍ଘତମ ଆଇସକ୍ରିମ
ଆମେରିକାରେ ବିଶ୍ୱର ସବୁଠାରୁ ଦୀର୍ଘ ଆଇସକ୍ରିମ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ଏହା ଗିନିଜ ବୁକ୍ ଅଫ୍ ୱଲ୍ଡ ରେକର୍ଡରେ ସବୁଠାରୁ ଲମ୍ବା ଆଇସକ୍ରିମ ଭାବେ ଲିପିବଦ୍ଧ ହୋଇଛି । ଏହି ଆଇସକ୍ରିମକୁ ସ୍ପିରିଟ ଅଫ ଟେକ୍ସାସ ଫେଷ୍ଟିଭାଲରେ ପ୍ରସ୍ତୁତ କରାଯାଇଥିଲା । ଏହି ଆଇସ୍କ୍ରିମର ଲମ୍ବ ୧୩୮୬.୬୨ ମିଟର ରହିଥିବାବେଳେ ଏଥିରେ ୧୮୯୨.୭ କିଲୋଗ୍ରାମର ଭ୍ୟାନିଲା ବ୍ୟବହାର କରାଯାଇଥିଲା । ତେବେ ଏହି ଆଇସକ୍ରିମ୍ ସଠିକ ଭାବେ ପ୍ରସ୍ତୁତ ହେଉଛି କି ନାହିଁ ତାହା ସମ୍ପୂର୍ଣ୍ଣ ଭାବେ ଅନୁଧ୍ୟାନ କରିଥିଲେ ଗିନିଜ ବୁକ୍ ଅଫ୍ ରେକର୍ଡର ମୁଖ୍ୟ ଖ୍ରୀଷ୍ଟିନୋ କୋନେଲ । ବିଶ୍ୱ ରେକର୍ଡ ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ଆଇସକ୍ରିମ୍ରେ ୧୧୩୫.୬ କିଲୋଗ୍ରାମ ଚକୋଲେଟ୍ ଏହା ଷ୍ଟ୍ରବେରି ମଧ୍ୟ ବ୍ୟବହାର କରାଯାଇଥିଲା । ଏହା ସହ ଏଥିରେ ୨୫ ପାଉଣ୍ଡର ସ୍ପିଙ୍କିଲ ଏବଂ ୨୦,୦୦୦ ଚେରି ବ୍ୟବହାର କରାଯାଇଛି । ଆଇସକ୍ରିମଟି ଗିନିଜ ବୁକ୍ରେ ସାମିଲ ହେବା ପରେ ଏହାକୁ ପ୍ରସ୍ତୁତ କରିଥିବା ୪୦୦୦ କର୍ମଚାରୀ କେବଳ ୩୦ ମିନିଟ୍ ମଧ୍ୟରେ ସେହି ଆଇସକ୍ରିମକୁ ଖାଇ ଦେଇଥିଲେ । ଗତବର୍ଷର ୨,୧୭୭,୨୪ କିଲୋଗ୍ରାମର ଆଇସକ୍ରିମର ରେକର୍ଡ ଭାଙ୍ଗିଛି ବର୍ତ୍ତମାନ ଆମେରିକା ।