ବିଶ୍ୱର ମହଙ୍ଗା ମଦ

ମଦ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥିଲେ ମଧ୍ୟ ଆଜିର ଯୁବପିଢ଼ି ଏହାକୁ ଫ୍ୟାସନ୍ ଭାବେ ଗ୍ରହଣ କରିଛନ୍ତି । କିଛି ଲୋକ ଶାରୀରିକ ଓ ମାନସିକ ଚାପ ହ୍ରାସ କରିବା ଲାଗି ମଦ୍ୟପାନ କରୁଛନ୍ତି । ତେଣୁ ବହୁ ସଚେତନତା ସତ୍ତ୍ୱେ ମଦର ବିକ୍ରି ବା ଚାହିଦା ରହିଛି । ଆମେ ଆଜି ଏମିତି ମଦ ବିଷୟରେ କହିବାକୁ ଯାଉଛୁ, ଆପଣ ଜଳକା ହୋଇ ଚାହିଁରହିବେ ସିନା କିଣିପାରିବେନାହିଁ । ବିଶ୍ୱର ସେମିତି କିଛି ମହଙ୍ଗା ମଦ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ ।
ଟକିଲା: ସୂଚନା ଅନୁଯାୟୀ ଏହାର ନାମ ହେଉଛି ଟକିଲା ଲେ .୯୨୬ । ଏହାର ପ୍ୟାକେଜିଂରେ ୬୪ ହଜାର ଖଣ୍ଡ ହୀରା ବ୍ୟବହାର କରାଯାଇଛି । ଏହା ମେକ୍ସିକୋରେ ପ୍ରଥମେ ଲଞ୍ଚ କରାଯାଇଥିବା କୁହାଯାଏ । ହେଲେ ଆଜି ପର୍ଯ୍ୟନ୍ତ ଏହାକୁ କେହି କିଣି ନ ଥିବାରୁ ଏହାର ଦାମ୍ କାହାକୁ ଜଣାନାହିଁ ବୋଲି ସୂଚନା ରହିଛି ।
ଅରମାଣ୍ଡ ଡି ବ୍ରିଗନାକ ମିଡାସ: ଏହାକୁ ବିଶ୍ୱର ସବୁଠାରୁ ଦାମି ସାମ୍ପେନ ଭାବେ ଗଣାଯାଇଥାଏ । ଏହାର ବଡ ସାଇଜ୍ ବୋତଲ ଖୁବ୍ ମହଙ୍ଗା ବୋଲି କୁହାଯାଏ । ତେବେ ଏହାର ଦାମ୍ ୧ କୋଟି ୪୦ଲକ୍ଷରୁ ଊର୍ଦ୍ଧ୍ୱ ।
ଦିଭା ଭୋଡକା: ଏହି ବୋତଲର ମଝିରେ ସ୍ୱେରେସ୍କିର କ୍ରିଷ୍ଟାଲ ଲାଗିଥାଏ ଓ ଏହାକୁ ଡ୍ରିଙ୍କ ସହ ମିଶାଇ ପିଇବାକୁ ପଡ଼େ । ଏହା ଦାମୀ ହୋଇଥିବା ବେଳେ ଏହାର ଦାମ୍ ସମ୍ପର୍କରେ ସଠିକ୍ ସୂଚନା କିଛି ନାହିଁ ।
ଡାଲମୋର ୬୨: ଏହା ବିଶ୍ୱର ସବୁଠାରୁ ମହଙ୍ଗା ହ୍ୱିସ୍କି ବୋଲି ବିବେଚନା କରାଯାଏ । ଏପର୍ଯ୍ୟନ୍ତ ଏହାର କେବଳ ୧୨ଟି ବୋତଲ ତିଆରି ହୋଇଛି । ଏହାର ଦାମ୍ ୧କୋଟି ୪୦ ଲକ୍ଷରୁ ଊର୍ଦ୍ଧ୍ୱ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ