ପ୍ରସବର ୧୦ ମିନିଟ୍ ପୂର୍ବରୁ ଗର୍ଭବତୀ ଥିବା ଜାଣିଲେ ମଡେଲ

ଜଣେ ୨୩ ବର୍ଷୟା ମଡେଲ୍‌ଙ୍କ କ୍ଷେତ୍ରରେ ଏକ ଅଜବ ଘଟଣା ଘଟିଛି । ଏହି ମଡେଲ ଜଣଙ୍କ ଏରିନ ଲେଙ୍ଗମେଡ । ସେ ଗର୍ଭବତୀ ଥିବା ପ୍ରସବର ମାତ୍ର ୧୦ ମିନିଟ୍ ପୂର୍ବରୁ ଜାଣିବାକୁ ପାଇଥିଲେ । ତେଣୁ ତାଙ୍କୁ ବାଥରୁମ୍‌ରେ ପ୍ରସବ କରିବାକୁ ପଡ଼ିଛି । ପ୍ରସବ ପରେ ସେ ଶିଶୁ ସହ ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ଶିଶୁଟିର ଓଜନ ୮ ପାଉଣ୍ଡ ଥିବାବେଳେ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ତେବେ ଏରିନ ଗର୍ଭ ନିରୋଧକର ପ୍ରୟୋଗ କରୁଥିଲେ । ଗର୍ଭବତୀ ହେବା ପରେ ମହିଳାଙ୍କଠାରେ ଯେପରି ଶାରୀରିକ ପରିବର୍ତ୍ତନ ହୁଏ ତାହା ତାଙ୍କଠାରେ ଦେଖାଯାଇନଥିଲା । ଏପିରିକି ସେ ନିୟମିତ ସାଇଜ୍‌ର ଡ୍ରେସ୍ ବି ପିନ୍ଧୁଥିଲେ । ତେବେ ସେ କିପରି ମା’ ହେଲେ ସେ ନେଇ ନିଜେ ମଧ୍ୟ ଆଶ୍ଚର୍ଯ୍ୟ । ଏ ସମ୍ପର୍କରେ ତାଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ପ୍ରାୟ ୨ ହଜାର ୫ଶହ ପ୍ରସୂତୀଙ୍କ ମଧ୍ୟରୁ ଏପରି ଜଣେ ଜଣେ ମହିଳା ଥାନ୍ତି ଯେଉଁମାନେ ନିଜେ ଗର୍ଭବତୀ ଥିବା ଜାଣିପାରିନଥାନ୍ତି । ଏହାକୁ ବିଜ୍ଞାନ ଭାଷାରେ ଗୁପ୍ତ ଗର୍ଭାବସ୍ଥା ବୋଲି କୁହାଯାଏ । ତାହା ହିଁ ଏରିନଙ୍କ କ୍ଷେତ୍ରରେ ହୋଇଛି । ତେବେ ଶିଶୁକୁ ଜନ୍ମଦେବା ପରେ ଏରିନ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ