ବିଶ୍ୱର ସବୁଠାରୁ ଖୁସିର ଦେଶ ଡେନମାର୍କ

ୱାଲର୍ଡ ହାପିନେସ୍ ଇଣ୍ଡେକ୍ସ ୨୦୧୮ର ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ବିଶ୍ୱର ୩ଟି ଖୁସି ଦେଶ ମଧ୍ୟରୁ ଡେନମାର୍କ ହେଉଛି ଅନ୍ୟତମ । ସବୁଠାରୁ ଖୁସି ଦେଶର ତାଲିକାରେ ଡେନମାର୍କ ନିଜର ସ୍ଥାନ ୭ଥର ଅକ୍ତିଆର କରିବାରେ ସକ୍ଷମ ହୋଇଛି । ଡେନମାର୍କର ଖୁସି ରହିବା ପଛରେ ତା’ର ସଂସ୍କୃତି ରହିଥିବା ନେଇ ବିଶେଷଜ୍ଞ ମତ ଦେଇଥାନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ ସେଠାରେ ସୁସ୍ଥକର ଓ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ରହିଛି । ଯାହା ସମସ୍ତଙ୍କ ଜୀବନରେ ସୁସ୍ଥ, ମାନସିକ ବିଶାରଦ କମ୍ ହେବା ସହ ଖୁସି ରହିବା ପାଇଁ ମହତ୍ତ୍ୱପୂର୍ଣ୍ଣ । କିନ୍ତୁ କେବଳ ଏହି କାରଣ ଯୋଗୁ ଡେନମାର୍କ ସବୁଠାରୁ ଖୁସିର ଦେଶ ଭାବେ ବିବେଚିତ ହୋଇଛି ତାହା ନୁହେଁ, ଏଠାରେ ରହୁଥିବା ଲୋକଙ୍କୁ ଚିନ୍ତାରୁ ଦୂରେଇ ରଖିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି ସେଠାକାର ସରକାର । ସେଠାରେ ଲୋକଙ୍କୁ ବିନା ମୂଲ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଏ । କେବଳ ସେତିକି ନୁହେଁ ଏଠାକାର ପେନ୍ସନ୍ ସିଷ୍ଟମ ମଧ୍ୟ ଦୁନିଆର ସବୁଠାରୁ ଭଲ ସିଷ୍ଟମରୁ ଗୋଟିଏ । କିନ୍ତୁ ଏହି ଦେଶରେ ସବୁଠାରୁ ଆୟକର ଅଧିକ ରହିଛି । ସବୁ ଲୋକ ଖୁସିରେ ଆୟକର ଭରିଥାନ୍ତି । କାରଣ ଅଧିକ ଆୟକର ଗୋଟିଏ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇଥାଏ ବୋଲି ସେମାନେ ବିଶ୍ୱାସ କରିଥାନ୍ତି । ତେଣୁ ଚିନ୍ତା କରିବା ପାଇଁ ଏଠାକାର ଲୋକଙ୍କ ପାଖରେ ବହୁ କମ୍ କାରଣ ରହିଛି । ଫଳରେ ଏଠାରେ ଲୋକମାନେ ବହୁତ ଖୁସିରେ ରହିଥାନ୍ତି । ତେଣୁ ଏହି ଦେଶ ସବୁଠାରୁ ଖୁସି ଦେଶ ବୋଲି ବିବେଚିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ