ବିଶ୍ୱର ସବୁଠାରୁ ମିନି କାର

ବିଶ୍ୱର ପ୍ରତିଦିନ ବିଭିନ୍ନ ଡିଜାଇନରେ ଅନେକ ଛୋଟବଡ କାର ନିର୍ମାଣ ହେଉଛି । କମ୍ପାନୀଗୁଡିକ ମଧ୍ୟ କାରକୁ ଆକର୍ଷଣୀୟ କରି ତିଆରି କରିବାକୁ ନାନା ଯୋଜନା କରୁଛନ୍ତି । ଆମେରିକା, ବ୍ରିଟେନ, ଜର୍ମାନୀ ଭଳି ରାଷ୍ଟ୍ରଗୁଡିକରେ ବହୁତ ବଡ ବଡ ବିଳାସମୟ କାର ତିଆରି ହେଉଛି । କିନ୍ତୁ ବିଶ୍ୱର ସବୁଠାରୁ ଛୋଟ କାର ଆପଣ ଦେଖିଛନ୍ତି କି? ଆଜି ଆସନ୍ତୁ ଜାଣିବା ବିଶ୍ୱର ମିନି କାର ବିଷୟରେ ।
୧୯୬୨ ମସିହାରେ ୧୯୬୫ ମଧ୍ୟରେ ପିଲ୍ କମ୍ପାନୀ ବିଶ୍ୱର ସବୁଠାରୁ ଛୋଟ କାର ପିଲ୍ ୫୦ ତିଆରି କରିଥିଲା । ୨୦୧୦ରେ ଏହି କାର ବିଶ୍ୱର ସବୁଠାରୁ ମିନି କାର ଭାବରେ ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡର ସ୍ଥାନ ପାଇଥିଲା ।
-ଏହି ମାଇକ୍ରୋ କାରରେ ରିଭର୍ସ ଗିୟର ଦିଆଯାଇ ନଥିଲା । କିନ୍ତୁ ଆବଶ୍ୟକ ବେଳେ ବ୍ୟବହାର ପାଇଁ ଏହାର ପଛରେ ଏକ ହ୍ୟାଣ୍ଡେଲ ଦିଆଯାଇଥିଲା ।
-ସହର ଭିତରେ ଛୋଟ ଛୋଟ ଗଳିରେ କାରଟି ସହଜରେ ଚାଲିପାରିବା ଭଳି ଏହାର ଡିଜାଇନ କରାଯାଇଥିଲା । ଏଥିରେ ମାତ୍ର ଜଣେ ବ୍ୟକ୍ତି ବସିବା ପାଇଁ ସିଟ୍ ଦିଆଯାଇଥିଲା ।
-ଏଥିରେ କେବଳ ବାମ ପଟେ ଖୋଲୁଥିବା ଡୋର ଦିଆଯାଇଥିଲା । କମ୍ପାନୀ ଏହି ମାଇକ୍ରୋ କାରର କେବଳ ୨୫ ୟୁନିଟ୍ସ ତିଆରି କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ