ବିଶ୍ୱର ସବୁଠୁ ଧନୀ ମହିଳା, ଦିନକର ଆୟ କାଟି କାଟି ଟଙ୍କା

ଫ୍ରାନକାଇସ ବେଟନକାର୍ଟ ବିଶ୍ୱର ସବୁଠାରୁ ଧନୀ ମହିଳା । ୨୦୧୯ ଫାର୍ବସର ବିଶ୍ୱର ଶହେ ଧନୀ ତାଲିକା ପ୍ରକାଶ ପାଇଛି । ଏହି ଧନୀ ତାଲିକାର ୧୫ତମ ସ୍ଥାନରେ ଅଛନ୍ତି ବେଟନକାର୍ଟ । ତାଲିକାରେ ତାଙ୍କ ଆଗରେ ୧୪ ଜଣ ପୁରୁଷ ଥିବା ବେଳେ ତାଙ୍କୁ ବିଶ୍ୱର ସବୁଠାରୁ ଧନୀ ମହିଳା ବାଲି ବିବେଚିତ କରାଯାଇଛି । ସେମାନଙ୍କର ସମ୍ପତ୍ତି ବେଟନକାର୍ଟଙ୍କ ଠାରୁ ଢେର ଅଧିକ ରହିଛି । ୨୦୧୯ରେ ଫାବର୍ସ ପକ୍ଷରୁ ଜାରି ହାଇଥିବା ତାଲିକାରେ ବିୟୁଟି ପ୍ରଡକ୍ଟ କମ୍ପାନି “ଲାରିଆଲ’ର ଅଧ୍ୟକ୍ଷ ଫ୍ରାନକାଇସ ବେଟନକାର୍ଟ ଏଲିସ ବାଲଟନଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
୨୦୧୯ ମାର୍ଚ୍ଚ ସୁଦ୍ଧା ବେଟନକାର୍ଟଙ୍କ ମାସିକ ଆୟ ୫୧.୨ ବିଲିୟନ ଡଲାର ରହିଛି । ଭାରତୀୟ ମୁଦ୍ରାରେ ତାଙ୍କ ସମ୍ପତ୍ତିର ମୂଲ୍ୟ ପାଖାପାଖି ୩.୫୨ ଲକ୍ଷ କାଟି ହେବ । ବେଟନକାର୍ଟଙ୍କୁ ଏହି ସମ୍ପତ୍ତି ବିନା ପରିଶ୍ରମରେ ହାସଲ ହାଇଛି । ବେଟନକାର୍ଟ “ଲାରିଆଲ’ର ପ୍ରତିଷ୍ଠାତା ୟୁଜିନ ସୁଏଲରଙ୍କ ନାତୁଣୀ ଅଟନ୍ତି । ସେ ୧୯୯୭ରେ କମ୍ପାନିର ବାର୍ଡରେ ସଦସ୍ୟ ହାଇଥିଲେ । ୨୦୧୭ ମସିହାରେ ବେଟନକାର୍ଟଙ୍କ ମା’ଙ୍କ ପରଲାକ ହେବା ପରେ ଗତବର୍ଷ କାଟିପତି ତାଲିକାରେ ସେ ସ୍ଥାନ ପାଇଥିଲେ । ତାଙ୍କ ସମ୍ପତ୍ତିରେ ପାଖାପାଖି ୭.୧ ବିଲିୟନ ଡଲାର ବୃଦ୍ଧି ହାଇଛି । ଗତବର୍ଷ ଏହି ତାଲିକାରେ ଦ୍”ିତୀୟ ସ୍ଥାନରେ ରହିବା ସହ ବିଶ୍ୱର ସବୁଠୁ ଦ୍”ିତୀୟ ଧନୀ ମହିଳା ଭାବେ ବେଟନକାର୍ଟ ସ୍ଥାନ ପାଇଥିଲେ । ଏହାପୂର୍ବରୁ ତାଙ୍କର ମା’ ଏହି ପଦରେ ଦୀର୍ଘ ବର୍ଷ ଧରି ରହିଥିଲେ । ତାଙ୍କ ମା’ଙ୍କ ନାମ ଲିଲିୟନ ବେଟନକାର୍ଟ । ୨୦୧୭ରେ ୯୪ ବର୍ଷ ବୟସରେ ତାଙ୍କର ପରଲାକ ହାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ