ବିଶ୍ୱର ସବୁଠୁ ନିରାପଦ କୋଠା
ଆଜି ପର୍ଯ୍ୟନ୍ତ ବୁଲେଟ୍ ପ୍ରୁଫ୍ ଘର ତିଆରି ହେଉଥିବା ଜାଣିଛେ, କିନ୍ତୁ ପରମାଣୁ ବମ୍ ପ୍ରୁଫ୍ ଘର ବିଷୟରେ କେବେ ଶୁଣିଛନ୍ତି? ଯଦି ନା ଆସନ୍ତୁ ଜାଣିବା ଏହି ଘର ସମ୍ପର୍କରେ । ପୋଲାଣ୍ଡର ଜଣେ ବ୍ୟକ୍ତି ତାଙ୍କ ଘରକୁ ଏମିତି ଟେକ୍ନିକ୍ରେ ତିଆରି କରିଛନ୍ତି ଯେଉଁଥିରେ ପରମାଣୁ ବମ୍ ପଡ଼ିଲେ ବି କୌଣସି କ୍ଷତି ହେବ ନାହିଁ । ବ୍ୟକ୍ତି ଜଣଙ୍କ ଘରର ସୁରକ୍ଷା ପାଇଁ ଆର୍କିଟେକ୍ଚର ଫାର୍ମ ସହ ଯୋଗାଯୋଗ କରିଥିଲେ । ଏହି କମ୍ପାନୀ ବହୁ ଜଣାଶୁଣା । ଆର୍କିଟେକ୍ଟଙ୍କ ଅନୁସାରେ, ଏପରି ଘର ତିିଆରି କରାଯାଇଛି, ପରମାଣୁ ବୋମା ବି କୌଣସି କ୍ଷତି କରିବ ନାହିଁ । ସେ କୁହନ୍ତି, ତାଙ୍କର କ୍ଲାଏଣ୍ଟଙ୍କୁ ଖୁସି କରିବା ପାଇଁ ଏମିତି ଘର ତିଆରି କରିବାକୁ ନିଷ୍ପତ୍ତି ନେଲେ । ଘରର ଡିଜାଇନ୍ ତାଙ୍କ କ୍ଲାଏଣ୍ଟ ନିଜେ ଦେଇଛନ୍ତି । ଏହାକୁ ତିଆରି କରିବାରେ କମ୍ପାନୀର ପୂରା ଟିମ୍ କଠିନ ପରିଶ୍ରମ କରିଛନ୍ତି । ଶେଷରେ ଏପରି ଘର ତିଆରି କରିବାରେ ତାଙ୍କ ଟିମ୍ ସଫଳ ହୋଇଛି । ଅନ୍ୟପକ୍ଷରେ ଗୃହକର୍ତ୍ତା କୁହନ୍ତି, ଏହି ଘରକୁ ବିଶ୍ୱର ସବୁଠୁ “ନିରାପଦ ଘର’ ପୁରସ୍କାର ମିଳିଛି ।
ଏମିତି ଶୈଳୀରେ ନିର୍ମାଣ ହୋଇଛି ଏହି ଘର :
– ଗୋଟିଏ ବଟନ୍ ଦବାଇଲେ ଘର ଉପର ତଳ, ଆଗ ପଛ ହେବା ସହ କଂକ୍ରିଟ୍ ପାଚେରି ବନ୍ଦ ହେବ ।
– ଘର ଉପରେ ପରମାଣୁ ବୋମା ପଡ଼ିଲେ ବି କ୍ଷତି ହେବ ନାହିଁ ।
– ଘରକୁ ଏମିତି ଡିଜାଇନ୍ କରାଯାଇଛି, ଯାହା ଥରେ ବନ୍ଦ ହେଲେ ଆଉ କେହି ପ୍ରବେଶ କରିପାରିବେ ନାହିଁ ବିଶ୍ୱର ସବୁଠୁ ନିରାପଦ କୋଠା
– ଯେତିକି ମଜଭୁତ ସେତିକି ସୁନ୍ଦର ମଧ୍ୟ ।
– ବାହାରେ ରହିଛି ଏକ ସୁଇମିଂପୁଲ୍ ।
– କଂକ୍ରିଟ୍ ବ୍ୟତୀତ ମେଟାଲ ସଟର ବ୍ୟବହାର କରାଯାଇଛି । ଯାହା ଘରକୁ ସୁରକ୍ଷିତ ରଖିବ ।
– ଘରର ଏକ ଗେଟ୍ ମନକୁ ଖୋଲିଯିବ ଆଉ ବନ୍ଦ ବି ହେବ ।