ବିଶ୍ୱର ସବୁଠୁ ସୁନ୍ଦରୀ ରାଣୀ, ତାଙ୍କ ରହସ୍ୟମୟ ଜୀବନ ସମ୍ପର୍କରେ ଜାଣନ୍ତୁ

ଇତିହାସରୁ ଆପଣ ଅନେକ ସୁନ୍ଦରୀ ରାଣୀଙ୍କ ସମ୍ପର୍କରେ ଶୁଣିଥିବେ । ମାତ୍ର ବିଶ୍ୱରେ ଏମିତି ଜଣେ ରାଣୀ ଅଛନ୍ତି, ଯେକି ଖୁବ୍ ସୁନ୍ଦର । ତାଙ୍କୁ କେବଳ ସୁନ୍ଦରୀ ଭାବରେ ଗଣନା କରାଯାଏ ନାହିଁ, ତାଙ୍କ ଜୀବନ ମଧ୍ୟ ବେଶ୍ ରହସ୍ୟମୟ ଥିଲା । ଯାହା ଆଜି ବି ସମସ୍ତେ ଜାଣିବା ପାଇଁ ଚାହାନ୍ତି । ଏମିତି ଜଣେ ରାଣୀ ଥିଲେ ମିଶରରେ । ରାଜକୁମାରୀ କ୍ଲିୟୋପେଟ୍ରାଙ୍କୁ ସୌନ୍ଦର୍ଯ୍ୟର ଦେବୀ କୁହାଯାଏ । କ୍ଲିୟୋପେଟ୍ରା ଯେତିକି ସୁନ୍ଦର ଥିଲେ ତା’ଠୁ ଅଧିକ ଚତୁର ଏବଂ ଷଡ଼ଯନ୍ତ୍ରକାରୀ ଥିଲେ । ପିତାଙ୍କ ଦେହାନ୍ତ ପରେ ମାତ୍ର ୧୪ ବର୍ଷ ବୟସରେ କ୍ଲିୟୋପେଟ୍ରା ଏବଂ ଭାଇ ଟୋଲେମୀ ଡିଓନିସସ୍ ମିଳିତ ଭାବେ ରାଜ୍ୟ ପ୍ରାପ୍ତ କରିଥିଲେ । ଭାଇଙ୍କ ହାତରେ ରାଜ୍ୟ ଠିକ୍‌ରେ ଚାଲିଲା ନାହିଁ । ସିରିଆର ଶରଣ ନେବାକୁ ପଡ଼ିଲା । କିନ୍ତୁ ରାଜକୁମାରୀ ସାହସ ଛାଡ଼ିଲେ ନାହିଁ । ରୋମ୍‌ର ଶାସକ ଜୁଲିୟସ୍ ସିଜରଙ୍କୁ ନିଜର ମୋହରେ ଫସାଇ କ୍ଲିୟୋପେଟ୍ରା ମିଶର ଉପରେ ଆକ୍ରମଣ କରିଥିଲେ । ସିଜର ଟୋଲେମୀଙ୍କୁ ମାରି କ୍ଲିୟୋପେଟ୍ରାଙ୍କୁ ମିଶର ରାଜ ସିଂହାସନରେ ବସାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ