ବିଶ୍ୱଶାନ୍ତି ପଦଯାତ୍ରା ‘ଜୟ ଜଗତ ୨୦୨୦’

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ସମଗ୍ର ବିଶ୍ୱରେ ନ୍ୟାୟ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ବା’ବାପୁଙ୍କର ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଏକ ବିଶ୍ୱସ୍ତରୀୟ ପଦଯାତ୍ରାର ଆୟୋଜନ କରାଯାଇଅଛି । ଏହି ଯାତ୍ରା ୨ ଅକ୍ଟୋବର ୨୦୧୯ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କର ସମାଧୀସ୍ଥଳ ରାଜଘାଟ, ନୂଆଦିଲ୍ଲୀ ଠାରୁ ସଂଯୁକ୍ତ ରାଷ୍ଟ୍ର ସଂଘର ମୁଖ୍ୟ କାର୍ଯ୍ୟାଳୟ ଜେନେଭା, ସୁଇଜରଲ୍ୟାଣ୍ଡଠାରେ ଆସନ୍ତା ୨ ଅକ୍ଟୋବର ୨୦୨୦ରେ ସମାପନ ହେବ ।ସାରା ଭାରତରେ ଏହି ୨୦୦୦ କିଲୋମିଟର ଯାତ୍ରା କରି ମହାରାଷ୍ଟ୍ରର ୱାଦ୍ଧାସ୍ଥିତ ସେବାଗ୍ରାମଠାରେ ଏହାର ପ୍ରଥମ ଚରଣ ସମାପ୍ତ ହେବ । ଏହାପରେ ୫୦ ଜଣ ପଦଯାତ୍ରୀ ନିରନ୍ତର ପଦଯାତ୍ରାରେ ୧୦୭୫୦ କିଲୋମିଟର, ୩୭୦ ଦିନ, ୧୦ଗୋଟି ଦେଶ ଦେଇ ଜେନେଭାଠାରେ ପହଞ୍ôଚବେ । ପଦଯାତ୍ରା ସମୟରେ ସେହି ଦେଶଗୁଡ଼ିକର ଜନସାଧାରଣ ଅନୁଷ୍ଠାନମାନଙ୍କ ସହିତ ନ୍ୟାୟ, ଅହିଂସା ବିଷୟରେ ସଭା ସମିତି ଜରିଆରେ ଆଲୋଚନା କରାଯିବ ।ପଦଯାତ୍ରାର ଉଦ୍ଦେଶ୍ୟ ସମାଜରେ ଦେଖା ଦେଉଥିବା ହିଂସା, ଜଳବାୟୁ ପରିବର୍ତ୍ତନ ଜନିତ ସଙ୍କଟ, ଅସମାନତା ଏକ ବିଶାଳ ସମସ୍ୟା ରୂପେ ଠିଆହୋଇଛି । ଏହି ପରିପ୍ରେକ୍ଷୀରେ ସଂଯୁକ୍ତ ରାଷ୍ଟ୍ର ସଂଘ ଦ୍ୱାରା ପ୍ରଦତ୍ତ ନିରନ୍ତର ବିକାଶ ଲକ୍ଷ୍ୟ ଯାହା ୧୭ଗୋଟି ବିଷୟ ଉପରେ ପର୍ଯ୍ୟବେସିତ । ତାହାକୁ ଗାନ୍ଧୀ ବିଚାର ସହିତ ଯୋଡ଼ିବା ପାଇଁ ପ୍ରୟାସ କରାଯିବ । ଗରୀବ ଦୁରୀକରଣ, ହିଂସା, ଜଳବାୟୁ ପରିବର୍ତ୍ତନ, ସମାନତା ଓ ନ୍ୟାୟ ଭଳି ମହତ୍ୱପୂର୍ଣ୍ଣ ବିଷୟ ନେଇ ଏକ ବ୍ୟାପକ ମାହୋଲ ସୃଷ୍ଟି କରାଯିବ । ପ୍ରକୃତିକୁ ନଷ୍ଟଭ୍ରଷ୍ଟ କରୁଥିବା ଶିଳ୍ପସଂସ୍ଥାମାନଙ୍କୁ ରୋକି ପ୍ରକୃତିକୁ ସୁରକ୍ଷା, ସୁସ୍ଥ ଓ ନିର୍ମଳ ରଖିବା ପାଇଁ ସମର୍ଥନ ଲୋଡ଼ାଯିବ । ଏହି ଐତିହାସିକ ପଦଯାତ୍ରା ଭାରତବର୍ଷର ବିଶିଷ୍ଟ ଗାନ୍ଧୀବାଦୀ ଅହିଂସା ବିଚାରକ, ଏକତା ପରିଷଦର ପ୍ରାଣ ପ୍ରତିଷ୍ଠାତା ଶ୍ରୀ ରାଜଗୋପାଳ ପିଭି (ରାଜାଜୀ)ଙ୍କ ନେତୃତ୍ୱରେ ଅଗ୍ରସର ହେଉଛି । ଯାହାର ପ୍ରଥମ ଚରଣ ସମାପ୍ତ ଉତ୍ସବ ପୁଣ୍ୟପୀଠ ୱାଦ୍ଧାର ସେବାଗ୍ରାମଠାରେ ଆସନ୍ତା ୨୮ରୁ ୩୦ ଜାନୁୟାରୀ ୨୦୨୦ ପର୍ଯ୍ୟନ୍ତ ଏକ ‘ଅନ୍ତର୍ଜାତୀୟ ଶାନ୍ତି ସମ୍ମିଳନୀ’ ଜରିଆରେ ସମାପନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ଓ ବ୍ୟକ୍ତିବିଶେଷମାନେ ସେବାଗ୍ରାମଠାରେ ଯୋଗଦେଇ ଏହାର ସଫଳତା କାମନା କରିବା ସହିତ ନିଜର ସମର୍ଥନ ପ୍ରତିପଦିତ କରିବା ହେବେ ଏବଂ ଆଗାମୀ ଜେନେଭା ସମ୍ମିଳନୀରେ ଓଡ଼ିଶାର ପ୍ରତିନିଧିତ୍ୱ ପାଇଁ ଆଲୋଚନା କରାଯିବ । ଜୟ ଜଗତ ଯାତ୍ରାର ସଫଳତା ପାଇଁ ଓଡ଼ିଶାର ମାନ୍ୟଗନଣ୍ୟ ବ୍ୟକ୍ତିତ୍ୱମାନେ ଯଥା ଭାରତ ସରକାରଙ୍କ ପୂର୍ବତନ ନିର୍ବାଚନ ଆୟୋଗର ଉପଦେଷ୍ଟା ଡ. ଭଗବାନ ପ୍ରକାଶ, ପୂର୍ବତନ ଆରଟିଆଇ କମିଶନର ଶ୍ରୀ ଜଗଦାନନ୍ଦ, ଆଇଏସ୍ ଶ୍ରୀ ଅରବିନ୍ଦ ବେହେରା, ପୂର୍ବତନ ରାଷ୍ଟ୍ରଦୂତ ଶ୍ରୀ ଅବସର ବେଉରିଆ, ପୂର୍ବତନ ବିଧାୟକ ଦିଲ୍ଳୀପ ଶ୍ରୀଚନ୍ଦନ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ପୃଥିବୀ ବଲ୍ଲଭ ପଟ୍ଟନାୟକ, ଡ. ବିକାଶ ଦାସ, ବରିଷ୍ଠ ସମାଜସେବୀ ଶ୍ରୀ ବିସ୍ମୟ ମହାପାତ୍ର, ଇଂ ଲଳିତ ମୋହନ ପଟ୍ଟନାୟକ, ପ୍ରସନ୍ନ ବିଶୋଇ, ବାସୁଦେବ ଭଟ୍ଟ ପ୍ରମୁଖ ସମର୍ଥନ ଜଣାଇଛନ୍ତି । ସେବାଗ୍ରାମଠାରେ ହେବାକୁ ଥିବା ଶାନ୍ତି ସମ୍ମିଳନୀରେ ଓଡ଼ିଶାରୁ ପ୍ରିତିନିଧି ହିସାବରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ, ବିନୋବା ସେବା ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ମନୋଜ ଜେନା, ବରିଷ୍ଠ ସମାଜସେବୀ ନିରଦ ବରଣ ଖୁଣ୍ଟିଆ, ଝାଡ଼ୁପାହାରର ସମ୍ପାଦକ ଅଭିରାମ ନାୟକ, ଆତ୍ମଶକ୍ତି ଟ୍ରଷ୍ଟର ସଦସ୍ୟ ଶ୍ରୀ ଗଦାଧର ପ୍ରଧାନ, ଜୀବନ ଜୀବିକା ସୁରକ୍ଷା ମଞ୍ଚର ଅରୁଣ ଦେହୁରୀ, ସଚିକାନ୍ତ ପ୍ରଧାନ, ଭାରତ ଭୂଷଣ ଠାକୁର, ପ୍ରଭାସିନୀ ରାଉତ, ବିଷ୍ଣୁପ୍ରିୟା ସ୍ୱାଇଁ, ଭାରତୀ ନାୟକ, ସ୍ନେହଲତା ମହାନ୍ତି, କାହ୍ନୁଚରଣ ମହାନ୍ତି ପ୍ରମୁଖ ୨୬ ତାରିଖରେ ୱାଦ୍ଧା ଗ୍ରସ୍ତ କରିବେ ବୋଲି ଏକତା ପରିଷଦର ଉପଦେଷ୍ଟା ଶ୍ରୀ ବିଜୟ କୁମାର ପ୍ରଧାନ ଜୟଜଗତ ଯାତ୍ରା ତରଫରୁ ଏକ ପ୍ରେସ୍ ଇସ୍ତାହାରରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ