ସ୍ମାର୍ଟସିଟିରେ ସ୍ମାର୍ଟଶ୍ରୀ ବିଷ୍ଣୁ ପ୍ରତିମା

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ସ୍ମାର୍ଟର୍ସିଟି ପାଇଁ ଖୁସି ଖବର । ଅନେକ ଦିନ ପରେ ଭୁବନେଶ୍ୱରରେ ପହଞ୍ôଚଛି ୬ ଫୁଟ ଉଚ୍ଚତା ବିଶିଷ୍ଟ ୧୮ କୁଇଣ୍ଟାଲ ଓଜନର ଚର୍ତୁଭୁଜ ଶ୍ରୀବିଷ୍ଣୁଙ୍କ ମାର୍ବଲ ପ୍ରତିମା । ‘ପୂଜ୍ୟ ସ୍ୱାମୀ ଦିବ୍ୟାନନ୍ଦ ଗିରିଙ୍କ ଉଦ୍ୟମରେ ଆସିଥିବା ଏହି ପ୍ରତିମା ସାମନ୍ତରାପୁର ନିକଟ ନୂଆଗାଁର ଆଧ୍ୟାତ୍ମିକ ବିଦ୍ୟାପୀଠ ପରିସର (ଶ୍ରୀହରି କଲ୍ୟାଣ ମଣ୍ଡପ)ରେ ପ୍ରତିଷ୍ଠା ହେବ । ଆଗାମୀ ୨୬ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ପୁରୀ ମୁକ୍ତିମଣ୍ଡପ ଓ ପୁରୀର ବିଶିଷ୍ଟ ପଣ୍ଡିତମାନଙ୍କ ଦ୍ୱାରା ଏହି ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ପଣ୍ଡିତ ବିଚିତ୍ରାନନ୍ଦ ମିଶ୍ର ମୁକ୍ତି ମଣ୍ଡପ ପଣ୍ଡିତ ସଭାର ସଦସ୍ୟ ଓ ପଣ୍ଡିତ ସୁଧାକର ମିଶ୍ର ବିଶିଷ୍ଟ କର୍ମକାଣ୍ଡ ପଣ୍ଡିତ ଏହି ପ୍ରତିଷ୍ଠା ସମାରୋହକୁ ପରିଚାଳନା କରିବେ । ପୁରୀ ଶ୍ରୀମନ୍ଦିରର ଛତିଶା ନିଯୋଗ ନାୟକ ପାଟ୍ଟଯୋଶୀ ଜନାର୍ଦ୍ଦନ ମହାପାତ୍ରଙ୍କ ପରାମର୍ଶରେ ପ୍ରତିଷ୍ଠା କାର୍ଯ୍ୟକୁ ପଣ୍ଡିତମାନେ ପରିଚାଳନା କରିବେ । ୨୬ ତାରିଖ ଦିନ ଅଙ୍କୁରା ରୋପଣ ଓ ୨୭ ତାରିଖ ଦିନ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବ । ୨୮ ତାରିଖ ଦିନ ହୋମ ଯଜ୍ଞାଦି ପୂର୍ବକ ପ୍ରତିଷ୍ଠା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ୨୯ ତାରିଖ ଅପରାହ୍ନ ୪ ଘଟିକା ସମୟରେ ପୂର୍ଣ୍ଣାହୂତି ହୋଇ ପ୍ରତିଷ୍ଠା ସମାରୋହ ସମାପ୍ତ ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବହୁ ବିଶିଷ୍ଟ ସାଧୁସନ୍ଥ ଓ ବୁଦ୍ଧିଜୀବୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରକାଶଥାଉକି ଗତ ଅକ୍ଟୋବର ମାସରେ ନେପାଳରୁ ୭୧୦୦ ଶ୍ରୀ ଶାଳଗ୍ରାମ ଅଣାଯାଇ ଆଧ୍ୟାମିôକ ବିଦ୍ୟାପୀଠରେ ପୂଜା କରାଯାଉଛି । ପ୍ରତିଦିନ ଶ୍ରୀ ରୁଦ୍ରାଭିଷେକ, ଶ୍ରୀବିଷ୍ଣୁ ସହସ୍ରନାମ ଓ ଶ୍ରୀସୁନ୍ଦରାକାଣ୍ଡ ପାଠ କରଯାଇ ପରିବେଶକୁ ଭକ୍ତିମୟ କରାଯିବାର ଉଦ୍ୟମ କରାଯାଉଛି । ପ୍ରତ୍ୟେକ ଶନିବାର ଏବଂ ରବିବାର ବିଶେଷ ପ୍ରକାରର ଧ୍ୟାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଅନୁଷ୍ଠାନର ସଂଯୋଜକ ପରେଶ ନାୟକ ଓ ଆଧ୍ୟାତ୍ମିକ ବିଦ୍ୟାପୀଠର ପ୍ରମୁଖ ସାଧୁ ସାଧ୍ୱୀ କ୍ରିଷ୍ଣାନନ୍ଦ, ସାଧ୍ୱୀ ଅମ୍ବିକା ଓ ସାଧୁ ଶ୍ରୀ ହରିଶରଣ ଓଡ଼ିଶାବାସୀ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ