ବିଶ୍ୱାସ ସେବା ସଙ୍ଘ ପକ୍ଷରୁ କରୋନା ସଚେତନତା

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ବିଶ୍ୱାସ ସେବା ସଙ୍ଘ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତର ବିଭିନ୍ନ ଗ୍ରାମରେ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବା ସହିତ ମାସ୍କ ବଂଟନ କରାଯାଇଛି । ଏଥିସହିତ ସଙ୍ଘର ସଭ୍ୟମାନେ ପଂଚାୟତ ପକ୍ଷରୁ ଜାଗୁଳେଇ ବିଦ୍ୟାପୀଠରେ ହୋଇଥିବା ଆଇସୋଲେସନ କେନ୍ଦ୍ରର ଚର୍ତୁପାଶ୍ୱର୍କୁ ସଫେଇ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେବା ସଙ୍ଘର ସଭାପତି ରତିକାନ୍ତ ସାମଲ, ସୈାମ୍ୟରଞ୍ଜନ ବେହୁରା, ରାକେଶ କୁମାର ଦାସ, ତପନ କୁମାର ପରିଡା, ସନ୍ଦିପ ବେହେରା, ପ୍ରଭୁପାଦ ପଣ୍ଡା, ନରେନ୍ଦ୍ର ପରିଡା, ନିରଞ୍ଜନ ମଲ୍ଲ, ବୁନୁ କୁମାର ମଲ୍ଲିକ, ବିଭୂତି ଭୂଷଣ ମଲ୍ଲିକ, ସୈାରଭ କୁମାର ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ