ପୂର୍ବତନ ବିଧାୟକ କିଶୋର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକଲକ୍ଷ ପ୍ରଦାନକଲେ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାର ପୂର୍ବତନ ବିଧାୟକ ତଥା ପୂର୍ବତନ ଜିଲ୍ଲା ବିଜେଡି ସଭାପତି କିଶୋର ଚନ୍ଦ୍ର ତରାଇ ଶୁକ୍ରବାର କୋଭିଡ -୧୯ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ତାଙ୍କ ପେନସନରୁ ଏକଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଶ୍ରୀ ତରାଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ତାଙ୍କ ଆବାସୀକ କାର୍ଯ୍ୟାଳୟରେ ଭେଟି ଏହି ଚେକ ପ୍ରଦାନ କରିଛନ୍ତି । ଏହି ଚେକ ପ୍ରଦାନ ସମୟରେ ଜିଲ୍ଲା ବିଜୁ କୃଷକ ଜନତା ଦଳ ସଭାପତି ସୈାମେନ୍ଦ୍ର ଦାସ,ପୂର୍ବତନ ନଗର ବିଜେଡି ସଭାପତି ଶ୍ରୀକାନ୍ତ ପଣ୍ଡା,ସମାଜସେବୀ ନିରଞ୍ଜନ ପଟ୍ଟନାୟକ,ଦୟାନିଧି ମର୍ଦ୍ଦରାଜ,ଅକ୍ଷୟ ମେକାପ,ଗୈାତ୍ତମ କୁମାର ସ୍ୱାଇଁ,ଜିଲ୍ଲା ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସରୋଜକାନ୍ତ ସାହୁ,କପାଳେଶ୍ୱର ସରପଂଚ ଗାୟତ୍ରୀ ମହାନ୍ତି,ଦେବ ପ୍ରସାଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।


