ବିଶ୍ୱ ତମାଖୁ ବର୍ଜନ ସଚେତନତା ଶୋଭାଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ଗୁରୁବାର ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ‘ଆମେ ଖାଦ୍ୟ ଚାହୁଁ-ତମାଖୁ ନୁହଁ’ ତମାଖୁ ବର୍ଜନର ବାର୍ତ୍ତା ନେଇ ଏକ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ବିଶ୍ୱ ପ୍ରକାଶ କେନ୍ଦ୍ର ନିକଟରୁ ବାହାରି ସହର ପରିକ୍ରମା କରିଥିଲା । ସଦର ବିଧାୟକ ସ୍ୱରୂପ କୁମାର ଦାସ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଥିଲେ । ନିଶାମୁକ୍ତ ସୁସ୍ଥ ସମାଜ ଗଠନ ପାଇଁ ତମାଖୁ ବର୍ଜନ ଦିବସର ପାଳନର ଗୁରୁତ୍ୱ ସମ୍ପର୍କରେ ସେ ଆଲୋଚନା କରିଥିଲେ । ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର ଏଥିରେ ଯୋଗଦେଇ ତମାଖୁ ମୁକ୍ତ ବାଲେଶ୍ୱର ପାଇଁ ବ୍ୟାପକ ସଚେତନତାଉପରେ ଗୁରୁତ୍ୱାରୋପ କରିଥିଲେ । ଏ କ୍ଷେତ୍ରରେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ସେ କହିଥିଲେ । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବରିଷ୍ଠ ସଦସ୍ୟ ରାଜୀବ ଭାଇ ଏହି ଶୋଭାଯାତ୍ରାକୁ ପରିଚାଳନା କରିଥିଲେ । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ ତିନିଦିନ ବ୍ୟାପୀ ଚାଲିଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ବ୍ରହ୍ମାକୁମାରୀ ଭଉଣୀ ମୀନତି ସୂଚନା ଦେଇଥିଲେ । ଏହି ଶୋଭାଯାତ୍ରା ଫକୀର ମୋହନ କଲେଜ, ଷ୍ଟେସନ ଛକ, ଫକୀର ମୋହନ ଗୋଲେଇ, ଫାଣ୍ଡି ଛକ, ସିନେମା ଛକ ଦେଇ ବିଶ୍ୱ ପ୍ରକାଶ କେନ୍ଦ୍ରରେ ପହଞ୍ôଚଥିଲା ।