ବିଶ୍ୱ ନିବେଷକ ସପ୍ତାହ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଳପଡା ଗ୍ରାମପଞ୍ଚାୟତର ଖସାଡି ଗ୍ରାମରେ ବିଶ୍ୱ ନିବେଷକ ସପ୍ତାହ ପାଳିତ ହୋଇଯାଇଛି । ଭାରତୀୟ ପ୍ରତିଭୁତି ବିନିମୟ ବୋର୍ଡ ଓ ଅଭ୍ୟୁଥାନ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏବଂ କେନ୍ଦ୍ରାପଡାର ରାଇଡ୍ ଅନୁଷ୍ଠାନ ସହଯୋଗରେ ଏକ ନିବେଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଏ.ଏଫ.ଟି.ର ଟ୍ରଷ୍ଟି ଦଶରଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଖସାଡି ଗ୍ରାମର ସିଦ୍ଧ ମରିଚିଆଣୀ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ୮ନମ୍ବର ଜିଲ୍ଲା ପରିଷଦ ଜୋନର ସଭ୍ୟ ରଶ୍ମୀରଞ୍ଜନ ରାଉତ ମୁଖ୍ୟ ଅତିଥି, ନାବାର୍ଡର ପୂର୍ବତନ ସାଧାରଣ ପ୍ରବନ୍ଧକ ବି.ଏମ. ପଟ୍ଟନାୟକ, ଭାରତୀୟ ଷ୍ଟେଟବ୍ୟାଙ୍କର ପ୍ରାକ୍ତନ ବରିଷ୍ଠ ପ୍ରବନ୍ଧକ ପି. କେ. ସ୍ୱାଇଁ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ କଳପଡା ଶାଖାର ସହକାରୀ ପରିଚାଳକ, କଳପଡା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ସୁଧିର କୁମାର ସ୍ୱାଇଁ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ସୁରକ୍ଷିତ ଡିଜିଟାଲ ବ୍ୟାଙ୍କିଂ ସେବା, ଏଟିଏମ ଓ ୟୁପିଆଇ କାର୍ଡ ବ୍ୟବହାର କରି ସୁରକ୍ଷିତ କାରବାର କରିବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ସାମାଜିକ ସୁରକ୍ଷା ବୀମା, ଅଟ୍ଟଳ ପେନସନ ଯୋଜନା, ସୁକନ୍ୟା ଯୋଜନାର ସୁଫଳ ନେବା ସହିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିମାନେ ବ୍ୟାଙ୍କରୁ ଋଣ ନେଇ ସଠିକ ସମୟରେ ପରିଶୋଧ କରି ତାହାର ଲାଭ ଉଠାଇବାକୁ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ । ଶେଷରେ ରାଇଡର ସମ୍ପାଦକ କିଶୋର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ୭୮ ଜଣ ପଞ୍ଚାୟତ ପ୍ରତିନିଧିଙ୍କ ସମେତ ସିଦ୍ଧ ମରିଚିଆଣୀ ଝୋଟ ଉତ୍ପାଦକ ଗୋଷ୍ଠିର ସମସ୍ତ ସଦସ୍ୟାମାନେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ