ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘର ଅଧ୍ୟକ୍ଷ ଦାୟିତ୍ୱ ନେଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ସୁନୀଲ ଆରୋରା

ଦକ୍ଷିଣ ଆଫ୍ରିକାରୁ ନୂତନ ଉପ ସଭାପତି ଓ କୋରିଆରୁ ମହାସଚିବ ନିଯୁକ୍ତ• ନୂଆଦିଲ୍ଲୀସ୍ଥିତ ଭାରତୀୟ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସଂସ୍ଥାନରେ• ପ୍ରତିÂା ହେବ ଏଡବ୍ଲୁ୍ୟଇବିର ପ୍ରଶିକ୍ଷଣ, ଗବେଷଣା ଓ ଦସ୍ତାବିଜ ଲେଖନ କେନ୍ଦ୍ର ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ସୁନୀଲ ଆରୋରା ଆଜି ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘ (ଏଡବ୍ଲୁଇବି)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୯ରୁ ୨୦୨୧ ପର୍ୟ୍ୟନ୍ତ ଏହି ଦାୟିତ୍ୱରେ ରହିବେ । ଏଥି ସହିତ ରୋମାନିଆ ନିକଟରୁ ସଂଘର ଅଧ୍ୟକ୍ଷତା ଦାୟିତ୍ୱ ଭାରତ ଗ୍ରହଣ କରିଛି । ୨୦୧୭ରେ ବୁକାରେଷ୍ଟ ଠାରେ ଅନୁÂିତ ଏଡବ୍ଲୁଇବିର ଗତ ସାଧାରଣ ପରିଷଦ ବୈଠକରେ ଭାରତକୁ ସର୍ବସମ୍ମତିକ୍ରମେ ସଂଘର ଉପାଧ୍ୟକ୍ଷ ପଦବୀ ଲାଗି ମନୋନିତ କରାଯାଇଥିଲା । ତେବେ ଆଜି ବିଦାୟୀ ଅଧ୍ୟକ୍ଷ ତଥା ରୋମାନିଆର ସ୍ଥାୟୀ ନିର୍ବାଚନ ପ୍ରାଧିକରଣର ପରାମର୍ଶଦାତା ମିଃ ଇଓନ ମିନକୁ ରାଡୁଲେସ୍କୁ ସଂଘର ନୂଆ ଅଧ୍ୟକ୍ଷ ଶ୍ରୀ ସୁନୀଲ ଆରୋରାଙ୍କୁ ଏଡବ୍ଲୁଇବିର ପତାକା ହସ୍ତାନ୍ତର କରିଥିଲେ । ଦୁଇ ବର୍ଷ ଲାଗି ୨୦୨୧ ପର୍ୟ୍ୟନ୍ତ ଏହି ପତାକା ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ରହିବ । ଏହି ବୈଠକରେ ୪୫ଟି ରାଷ୍ଟ୍ରର ୧୧୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ଆରୋରାଙ୍କ ସମେତ ଦୁଇ ନିର୍ବାଚନ ଆୟୁକ୍ତ ଶ୍ରୀ ଅଶୋକ ଲାଭାସା ଓ ଶ୍ରୀ ସୁଶୀଲ ଚନ୍ଦ୍ରାଙ୍କ ସମେତ ବରିÂ ଉପ ନିର୍ବାଚନ ଆୟୁକ୍ତ ଉମେଶ ସିହ୍ନା ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ତୈ୍ରମାସିକ ପତ୍ରିକା- ‘ଭଏସ ଇଂଟରନ୍ୟାସନାଲ’ର ଉନ୍ମୋଚନ କରିଥିଲେ । ଏଥିରେ ଶ୍ରେÂ ୨୫ଟି ରାଷ୍ଟର ନିର୍ବାଚନ ପରିଚାଳନା ବ୍ୟବସ୍ଥା ବିଷୟରେ ବିସ୍ତୃତ ବର୍ଣ୍ଣନା ରହିଛି । ବେଙ୍ଗାଲୁରୁଠାରେ ଏହି ସାଧାରଣ ପରିଷଦ ବୈଠକରେ ଉଦବୋଧନ ଦେଇ ଶ୍ରୀ ଆରୋରା ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧୃତ କରି କହିଥିଲେ, “ସାମଗ୍ରୀକ କଲ୍ୟାଣ ଉଦେ୍ଧଶ୍ୟରେ ସମାଜର ସବୁବର୍ଗର ଲୋକମାନଙ୍କ ସମସ୍ତ ଭୌତିକ, ଅର୍ଥନୈତିକ ଏବଂ ଅଧ୍ୟାତ୍ମିକ ସମ୍ବଳକୁ ବିନିଯୋଗ କରିବାର କଳା ଓ ବିଜ୍ଞାନ ହେଉଛି ଗଣତନ୍ତ୍ର ।” ବିଶ୍ୱବ୍ୟାପୀ ନିର୍ବାଚନ ପ୍ରକ୍ରିୟାକୁ ମୁକ୍ତ, ସ୍ୱଚ୍ଛ ଏବଂ ଅବାଧ କରିବା, ଲିଙ୍ଗଗତ ସମାନତା ଆଣିବା ଏବଂ ଭିନ୍ନକ୍ଷମମାନଙ୍କୁ ପ୍ରକ୍ରିୟାରେ ସାମିଲ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବିଶ୍ୱର ଦୁଇ ତୃତୀୟାଂଶ ଜନସଂଖ୍ୟା ଏବେ ଗଣତନ୍ତ୍ର ଶାସନ ଅଧୀନରେ ରହୁଥିବା ସେ ଉଲ୍ଲେଖ କରିଥିଲେ । ନୂତନ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଏଡବ୍ଲୁଇବି ସଚିବାଳୟ ଏବଂ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମନ୍ୱୟ ଆଣିବା ଓ ସଂଘକୁ ଆହୁରି ସୁଦୃଢ଼ କରିବା ଉପରେ ଶ୍ରୀ ଆରୋରା ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଏଡବ୍ଲୁଇବିର ନୂତନ ଉପସଭାପତି ଭାବେ ଦକ୍ଷିଣ ଆଫ୍ରିକାର ନିର୍ବାଚନ ଆୟୋଗର ଅଧ୍ୟକ୍ଷ ଗ୍ଲେନ ୱୁମା ମାଶନିନିଙ୍କୁ ଏବଂ ନୂତନ ମହାସଚିବ ଭାବେ ଦକ୍ଷିଣ କୋରିଆର ଜୋଙ୍ଗୟୁନ ଚୋଙ୍କୁ ନିର୍ବାଚିତ କରାଯାଇଥିଲା । ବେଙ୍ଗାଲୁରୁରେ ଉଦଯାପିତ ହୋଇଯାଇଥିବା ଏଡବ୍ଲୁଇବିର ଏହି ଚତୁର୍ଥ ସାଧାରଣ ପରିଷଦ ବୈଠକରେ ସୋମାଲିଆ, କଙ୍ଗୋ, ଡୋମିନିକାନ ରିପବ୍ଲିକ, ବୋସନିଆ ଓ ହର୍ଜିଗୋଭିନା ଆଦି ସଦସ୍ୟଙ୍କୁ ସାଧାରଣ ପରିଷଦରେ ସାମିଲ କରାଯାଇଥିଲା । ସେହିପରି ନିର୍ବାଚନ ପରିଚାଳନା ପରିଷଦରେ ବୁର୍କିନା ଫାସୋ, ମରିସସ ଓ ସାମୋଆକୁ ସାମିଲ କରାଯାଇଥିଲା । ଏହି ଅବସରରେ ଶ୍ରୀ ଆରୋରା ଘୋଷଣା କରିଥିଲେ ଯେ ନୂଆଦିଲ୍ଲୀସ୍ଥିତ ଭାରତୀୟ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସଂସ୍ଥାନରେ ଏଡବ୍ଲୁ୍ୟଇବିର ପ୍ରଶିକ୍ଷଣ, ଗବେଷଣା ଓ ଦସ୍ତାବିଜ ଲେଖନ କେନ୍ଦ୍ର ପ୍ରତିÂା କରାଯିବ । ନିର୍ବାଚନ ପରିଚାଳନା ଲାଗି ବର୍ତମାନ ସୁଦ୍ଧା ଏହି ସଂସ୍ଥାନରେ ୭୫୦ରୁ ଊଦ୍ଧ୍ୱର୍ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ସମ୍ପାଦନ କରାଯାଇସାରିଲାଣି । ଏଥିରେ ୨୭ ହଜାରରୁ ଊଦ୍ଧ୍ୱର୍ ନିର୍ବାଚନ ଅଧିକାରୀ ତାଲିମ ନେଇସାରିଛନ୍ତି । ସେହିପରି ୯୬ଟି ଦେଶରୁ ୧୧୬୫ ଜଣ ନିର୍ବାଚନ ଅଧିକାରୀଙ୍କ ପାଇଁ ଏଠାରେ ୬୨ଟି ଅନ୍ତର୍ଜାତୀୟ କ୍ଷମତା ବିକାଶ କାର୍ୟ୍ୟକ୍ରମ କରାଯାଇସାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ