ବିଶ୍ୱ ପ୍ରସିଦ୍ଧ ହୁମ୍ମା ହାଟ ନବୀକରଣ ନିର୍ମାଣ କାର୍ୟ୍ୟ ଶୁଭାରମ୍ଭ
ଗଂଜାମ ,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ସ୍ଥିତ ବିଶ୍ୱ ପ୍ରସିଦ୍ଧି ଏକ ନମ୍ବର ଶୁଖୁଆ ହାଟ ର ନବୀକରଣ ନିର୍ମାଣ କାର୍ୟ୍ୟ ର ଶୁଭାରମ୍ଭ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଙ୍କ ଦ୍ଵାରା ଆଜି ଅନୁଷ୍ଠିତ ହୋଇଯାଇଛି । ସମନ୍ୱିତ ଉପକୂଳ ପରିଚାଳନା ପ୍ରକଳ୍ପ (ଓଉତଗଚ) ଦ୍ଵାରା ୫କୋଟି ଅର୍ଥ ଵ୍ୟୟବରାଦ ରେ ନିର୍ମାଣ ହେବାକୁ ଥିବା ଏହି ହାଟ ର ଶୁଭାରମ୍ଭ ରେ ସ୍ଥାନୀୟ ସରପଞ୍ଚ ଚନ୍ଦ ମୋହନ ସାହୁ,ଙ୍କ ତତ୍ୱାବଧାନରେ ମତ୍ସବିଭାଗର ନିର୍ବାହିଯନ୍ତ୍ରି ଲକ୍ଷଣ ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ରଘୁସାହୁ, ଇଜଉଙଘ ର ନିର୍ଦେଶକ ପି.ଏସ. ଭୌମିକ, ବିଜେଡି ନେତା ରଙ୍କନିଧି ପ୍ରଧାନ, ଉମା ସାହୁ, ଯୋଗେଶ ସାହୁ, ଲୋକନାଥ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ ।ସୂଚନାଯୋଗ୍ୟ, ଏହି ବିଶ୍ୱ ପ୍ରସିଦ୍ଧ ଶୁଖୁଆ ହାଟ ବିଭିନ୍ନ ଅବେବସ୍ଥାରେ ଓ ସମସ୍ୟା ଘେରରେ ଗତି କରୁଥିବା ବେଳେ ଏହାର ନବୀକରଣ ପାଇଁ୨୦୧୮ ମସିହା ନଭେମ୍ବର ମାସ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଶିଳାନ୍ୟାସ କରିଥିବା ବେଳେ, ଆଜି ବିଧାୟକ ବେହେରା ଙ୍କ ଦ୍ଵାରା ନିର୍ମାଣ କାର୍ୟ୍ୟ ର ଶୁଭାରମ୍ଭ ହୋଇଛି ।


